କନକ ବ୍ୟୁରୋ: ପବିତ୍ର ବୈତରଣୀ ନଈରେ ବୁଡ଼ ପକାଇଲେ, ଜେଜେ ବାପାଙ୍କୁ ପିଣ୍ଡଦାନ କଲେ । ରୀତିନୀତି ଅନୁସାରେ ସବୁ ହେଲା । ପୁଣି ମନ୍ଦିରରେ ଯାଇ ପୂଜାର୍ଚ୍ଚନା କଲେ । କିଛି ଏମିତି ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ଏଥିରେ ନୂଆ କଣ । ସାଧାରଣ ଭାବରେ ପୂର୍ବଜମାନଙ୍କୁ ତୀଳତର୍ପଣ କରିବା ତ ଆମ ପରମ୍ପରରା କଥା । ହେଲେ ଇଏ ସାଧାରଣ କଥା ନୁହେଁ…କାରଣ ପିଢିପିଢି ଧରି ଯାଜପୁରରୁ ରୋଜଗାର ଅନ୍ବେଷଣରେ ରାମରୁଜ ଜାଗୁରନାଥଙ୍କ ପୂର୍ବଜ ମରିସସ୍ ପଳାଇଥିଲେ । ସେବେଠୁ ନା କେବେ ଗାଁକୁ କିଏ ଫେରିଛନ୍ତି ନା କିଛି ଜାଣିଛନ୍ତି । ଏବେ ନିଜ ଗାଁକୁ ଫେରି ପୂର୍ବଜମାନଙ୍କୁ ଖୋଜିବାରେ ବ୍ୟସ୍ତ ଅଛନ୍ତି ରାମରୁଜ । ବର୍ଷବର୍ଷ ଧରି ବିଦେଶରେ ରହିବା ପରେ ଗାଁକୁ ଫେରିଛନ୍ତି । ହେଲେ ପୂର୍ବଜଙ୍କର କୌଣସି ସୁରାଗ ପାଉନଥିବାରୁ ଜିଲ୍ଲା ପ୍ରଶାସନର ବି ସହାୟତା ଲୋଡିଛନ୍ତି ।
ଟାଣିଆଣିଲା ମାଟିର ମହକ
ବିଦେଶରେ ଥିଲେ,ଗାଁକୁ ଫେରିଲେ
ପୂର୍ବଜଙ୍କୁ ଖୋଜିବାକୁ ପ୍ରଶାସନ କରୁଛି ସହାୟତା
ଜନ୍ମମାଟିର ବାସ୍ନା ସାମ୍ନାରେ ସବୁ ଫିକାଫିକା । ଯେଉଁଠିବି ଥିଲେ ବି ଜନ୍ମମାଟି ଟାଣିଆଣିବ । ଆଉ ଏକଥା ଅକ୍ଷରେ ଅକ୍ଷରେ ସତ ହୋଇଛି ରାମରୁଜ ଜାଗୁରନାଥଙ୍କ କ୍ଷେତ୍ରରେ । ପିଢ଼ି ପରେ ପିଢ଼ି… ନିଜ ଜନ୍ମ ମାଟିକୁ ଖୋଜି ଚାଲିଛନ୍ତି ମରିସସ୍ରେ ରହୁଥିବା ପ୍ରବାସୀ ଓଡ଼ିଆ । ରାମରୁଜ ଜଗୁରନାଥ ନାମକ ଏହି ବ୍ୟକ୍ତିଙ୍କ ପୂର୍ବପୁରୁଷ ଯାଜପୁର ଜିଲ୍ଲାରୁ ମରିସସ୍ ପଳାଇଥିଲେ l ଏବେ ନିଜ ପୂର୍ବଜଙ୍କୁ ଖୋଜିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାମରୁଜ l ପୂର୍ବରୁ ସେ ଯାଜପୁର ଆସି ତାଙ୍କ ପୂର୍ବଜଙ୍କ ସମ୍ପର୍କରେ ଖୋଜାଖୋଜି କରି ବିଫଳ ହୋଇଥିବା ବେଳେ ଏବେ ସେ ପୁଣି ଆସିଛନ୍ତି ପୂର୍ବଜଙ୍କ ସନ୍ଧାନରେ । ବର୍ତ୍ତମାନ ୮ ଦିନ ରହି ପୂର୍ବଜଙ୍କୁ ଖୋଜିବେ । ଆଉ ଏଥିରେ ପ୍ରଶାସନ ବି ତାଙ୍କୁ ପୂର୍ଣ୍ଣ ସହାୟତା କରିବ ।
(ଯାଜପୁରରୁ ଅନୀଲ ପଣ୍ଡାଙ୍କ ରିପୋର୍ଟ)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/26/mauritius-man-returns-to-odisha-2025-10-26-16-21-26.jpg)