କନକ ବ୍ୟୁରୋ: କଳାବଜାରୀ ଏମିତି ଏକ ସମସ୍ୟା ଯାହା କେତେବେଳେ ଆଉ କେଉଁଠି ବି ହୋଇପାରେ । ଖାସ୍ କରି ଯେବେ ଧର୍ମଘଟ, ଆନ୍ଦୋଳନ ଓ ବିପର୍ଯ୍ୟୟର ସମ୍ମୁଖୀନ ହୁଏ ଦେଶ କିମ୍ବା ରାଜ୍ୟ ସେତେବେଳେ ମାତିଥାନ୍ତି ଧଳା ପୋଷାକ ପିନ୍ଧା କଳାବଜାରୀ କରୁଥିବା ଦଲାଲ୍ । ଠିକ୍ ସେମିତି କିଛି ଘଟଣା ଏବେ ଡ୍ରାଇଭର ମହାସଂଘର ଆନ୍ଦୋଳନ ବେଳେ ଘଟିବାରେ ଲାଗିଛି । କେଉଁଠି ତେଲରେ କଳାବଜାରୀ ତ କେଉଁଠି ପନିପରିବାରେ । ସାଧାରଣ ଜନତାଙ୍କୁ ଶୋଷଣ କରିବାରେ ମାତିଛନ୍ତି ଭଦ୍ରମୁଖା ପିନ୍ଧିଥିବା ମାଫିଆ । ସେଥିପାଇଁ ତ କଳାବଜାରୀ ନେଇ ଖଟିରେ ଏବେ ଚର୍ଚ୍ଚା ପରେ ଚର୍ଚ୍ଚା ଚାଲିଛି ।
ଭାଇରେ...ଆନ୍ଦୋଳନ କେବଳ ଡ୍ରାଇଭର ସଂଘ କରୁଛି ତାହା ନୁହେଁ ଏଠି ତେଲ, ପାଣି, ପନି ପରିବା ପାଇଁ ମଧ୍ୟ ଆନ୍ଦୋଳନ କରିବାକୁ ପଡୁଛି । ସେପଟେ ଡ୍ରାଇଭର ସଂଘ ହକ୍ ପାଇଁ ଲଢ଼େଇ କରୁଛି ଆଉ ତା’ର ପ୍ରଭାବ ସାଧାରଣ ଜନତଙ୍କ ସଂସାର ଉପରେ ପଡୁଛି । ରାସ୍ତାଘାଟରେ ଗାଡ଼ି ଗଡ଼ୁନି, ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଉନାହାନ୍ତି ଲୋକେ । ଆଉ ଯଦି ବି ମିଳୁଛି ତାହାର ଦରଦାମ୍ ଆକାଶ ଛୁଆଁ । ପରିବା ଦର ୧୦୦ ପାର୍ କଲାଣି, ତେଲ କିଣିବାକୁ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ୍ ପମ୍ପରେ ଲାଇନରେ ଛିଡ଼ା ହେବାକୁ ପଡୁଛି । ଆମେ କହିବୁ କାହାକୁ ଶୁଣିବ କିଏ?
ସରକାର ତ ନିଜ ମୁଣ୍ଡରୁ ଦୋଷ ଖସେଇ ଦେଇ ଚୁପଚାପ୍ ବସି ପଡ଼ୁଛନ୍ତି । ମନ୍ତ୍ରୀ ବି କହୁଛନ୍ତି ସବୁ ନିୟନ୍ତ୍ରଣରେ ଅଛି ନୋ ପ୍ରୋବ୍ଲେମ୍ । ହେଲେ ଏ ଧର୍ମଘଟର ପ୍ରଭାବ ଯେ ସାଧାରଣ ଖାଉଟିଙ୍କ ପକେଟରେ ପଡୁଛି ତାକୁ କେବେ ବୁଝିବେ ସରକାର? ଏ କାର୍ଟୁନ ସିନା କଳାବଜାରୀ କାହାଣୀ କହୁଛି, ହେଲେ ସତସତିକା କଳାବଜାରୀ ରୋକିବାକୁ କେତେ ଫୋକସ୍ ଦେଉଛନ୍ତି ସରକାର ତାହାକୁ ହିଁ ଅପେକ୍ଷା...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/07/11/13ss-2025-07-11-18-33-32.jpg)