କେଉଁ ଭିଟାମିନର ଅଭାବ ହେଲେ ଝଡ଼େ ଚୁଟି ?
ଚୁଟିର ଗ୍ରୋଥ୍ ଏବଂ ଚମକ ଭିଟାମିନ୍ ଉପରେ ନିର୍ଭର କରେ । ଯେତେବେଳେ ଶରୀରରେ ଭିଟାମିନର ଅଭାବ ହୁଏ ଚୁଟି ଝଡ଼ିବା , ପତଳା ହେବା ଏବଂ ଧଳା ହେବା ପରି ସମସ୍ୟା ଉପୁଜେ ।
ଡର୍ମୋଟୋଲଜିଷ୍ଟ୍ ଡା.ସୌମ୍ୟା ସଚଦେବା କୁହନ୍ତି ଭିଟାମିନ୍ ଡି କେଶମୂଳରେ ଚୁଟିରେ ଗ୍ରୋଥ୍ ଆଣିବାର କାମ କରେ । ଯାହାର ଅଭାବରେ ଚୁଟି ଦୁର୍ବଳ ହେବାକୁ ଲାଗେ ଏବଂ ଚୁଟି ଝଡ଼ିବା ସମସ୍ୟା ଉପୁଜେ ।
ଭିଟାମିନ୍ ବି-୧୨ ଚୁଟିର ମୂଳ ପର୍ଯ୍ୟନ୍ତ ଅମ୍ଳଜାନ ପହଞ୍ଚାଇବାର କାମ କରେ । ଯାହାର ଅଭାବରେ ଚୁଟିର ଗ୍ରୋଥ୍ କମେ ଏବଂ ସମୟ ପୂର୍ବରୁ ଚୁଟି ଧଳା ହୋଇଯାଏ ।
ଚୁଟି ପାଇଁ ଅଧିକ ଜରୁରି ଭିଟାମିନ୍ ବି-୭ । ଯାହାର ଅଭାବରେ ଚୁଟି ପତଳା ହେବା , ଝଡ଼ିବା ଏବଂ ରୁକ୍ଷ ହେବା ଭଳି ସମସ୍ୟା ଉପୁଜେ ।
ଭିଟାମିନ୍-ଏ କେଶମୂଳରେ ସିବମ୍ ଅର୍ଥାତ ପ୍ରାକୃତିକ ତେଲ ତିଆରି କରିବାର କାମ କରେ । ଯାହା ଚୁଟିକୁ ମଇଶ୍ଚରାଇଜ୍ଡ ରଖେ । ଯାହାର ଅଭାବରେ ଚୁଟି ଡ୍ରାଏ ଏବଂ ରୁକ୍ଷ ହୋଇଯାଏ ।
କେଶମୂଳର ରକ୍ତ ସଂଚାଳନ କରୁଥିବା ଆଣ୍ଟିଅକ୍ସିଡେଣ୍ଟ୍ ଭିଟାମିନ୍-ଇ ର ଅଭାବ ହେଲେ ଚୁଟିର ଗ୍ରୋଥ୍ କମିଯାଏ । କୋଲେଜନ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଥିବା ଭିଟାମିନ୍-ସିର ଅଭାବ ହେଲେ ଚୁଟି ଝଡ଼େ ।