କନକ ବ୍ୟୁରୋ: ଆଜି ୧୪ ନଭେମ୍ବର ଅର୍ଥାତ ଶିଶୁ ଦିବସ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁଙ୍କ ଜୟନ୍ତୀକୁ ମନେ ପକାଇଦେଇଥାଏ ଏହି ଦିନ । ସମଗ୍ର ଦେଶରେ ଶିଶୁ ଦିବସ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ । ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଜନ୍ମଦିନକୁ ହିଁ ଶିଶୁ ଦିବସ ରୂପେ ପାଳନ କରାଯାଇଥାଏ । ଜବାହରଲାଲ ନେହରୁଙ୍କ ଜନ୍ମ ୧୪ ନଭେମ୍ବରରେ ହୋଇଥିଲା । ସେ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ । ଏହିକାରଣରୁ ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକିଥାନ୍ତି । ନେହରୁ କହୁଥିଲେ ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ ।
ବିଗିଡ଼ିଲା ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ : ଏମ୍ସକୁ ହେଲେ ସ୍ଥାନାନ୍ତର
ଏଥିପାଇଁ ସେମାନଙ୍କୁ ଭଲପାଇବା ଦେବା ସହ ଦେଖାଶୁଣା କରିବା ନିହାତି ଜରୁରୀ, ଯାହାଦ୍ୱାରା ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ଶିଶୁ ଦିବସ ଅବସରରେ ସ୍କୁଲରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା ଏବଂ ପ୍ରତିଯୋଗୀତା ମଧ୍ୟ ଆୟୋଜନ କରାଯାଇଥାଏ । ଏହି ଦିନ ସ୍କୁଲ୍ ଏବଂ ବିଭିନ୍ନ ଅନୁଷ୍ଠାନରେ ପିଲାମାନଙ୍କ ମଧ୍ୟରେ ମିଠା ବଣ୍ଟା ଯାଇଥାଏ । ପିଲାମାନଙ୍କୁ ସ୍ନେହ ଶ୍ରଦ୍ଧା ଦେବା, ସେମାନଙ୍କ ଯତ୍ନ ନେଇ ସେମାନଙ୍କୁ ଦେଶର ଜଣେ ସୁନାଗରିକ ଭାବେ ଗଢ଼ି ତୋଳିବା ହେଉଛି ଶିଶୁ ଦିବସର ବାର୍ତ୍ତା ।
ଏହି କାରଣରୁ ପଣ୍ଡିତ ନେହରୁ କହିଛନ୍ତି , ଆମେ ପିଲାମାନଙ୍କୁ ଯେପରି ଗଢ଼ିତୋଳିବା ସେମାନେ ସେହିପରି ଦେଶର ଭବିଷ୍ୟତ ବିଷୟରେ ଚିନ୍ତା କରିବେ । ତେବେ ବର୍ତ୍ତମାନ ଶିଶୁ ଦିବସ କେବଳ ଶିକ୍ଷାନୁଷ୍ଠାନର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭିତରେ ସୀମିତ ହୋଇ ରହିଯାଇଛି । ପିଲାମାନଙ୍କୁ ଚକଲେଟ୍ ଓ ଉପହାର ଆଦି ବାଣ୍ଟିବା ଏବଂ ବେସାହାରା ଶିଶୁଙ୍କୁ କିଛି ଦାନ କରିବା ହେଉଛି ଏବେକାର ଟ୍ରେଣ୍ଡ । ଯାହା ପ୍ରକୃତରେ ଶିଶୁ ଦିବସର ମହତ୍ୱକୁ କମ୍ କରି ଦେଉଛି । ତେଣୁ ଦେଶର ଆଗାମୀ ଭବିଷ୍ୟତ ଶିଶୁଙ୍କୁ ଆମେ ଏଭଳି ଗଢ଼ିବା ଯେଭଳି ସେମାନେ ନିଜ ପରିବାର ସହ ଦେଶ ପାଇଁ ବଞ୍ଚିବେ କେବଳ ନିଜ ସ୍ୱାର୍ଥ ପାଇଁ ନୁହେଁ ।
ଘାସିରାମ ମାଝୀଙ୍କ ବଡ଼ ଅଭିଯୋଗ: କଂଗ୍ରେସର ଏଜେଣ୍ଟଙ୍କୁ କିଣିନେଲା ବିଜେପି
କେବେଠାରୁ ଆରମ୍ଭ ହେଲା ଶିଶୁ ଦିବସ:
ଭାରତରେ ପ୍ରତ୍ୟେକ ବର୍ଷ ୧୪ ନଭେମ୍ବରରେ ବଡ ଧୂମଧାମର ସହ ଶିଶୁ ଦିବସ ସହ ପାଳନ କରାଯାଇଥାଏ । ପିଲାମାନଙ୍କ ପ୍ରତି ଜବାହରଲାଲ ନେହରୁଙ୍କ ଭଲପାଇବା ଏବଂ ସ୍ନେହକୁ ଦେଖି ତାଙ୍କ ଜନ୍ମଦିନକୁ ହିଁ ଶିଶୁ ଦିବସ ରୂପେ ପାଳନ କରାଯାଇଥାଏ । ୨୭ ମେ ୧୯୬୪ ମସିହାରେ ପଣ୍ଡିତ ଜବାହରଲାଲ୍ ନେହରୁଙ୍କ ମୃତ୍ୟୁ ପରେ ପିଲାମାନଙ୍କ ପ୍ରତି ତାଙ୍କ ଭଲପାଇବାକୁ ଦେଖି ପ୍ରତ୍ୟେକ ବର୍ଷ ୧୪ ନଭେମ୍ବରରେ ଚାଚା ନେହରୁଙ୍କ ଜନ୍ମଦିବସରେ ଶିଶୁ ଦିବସର ଆୟୋଜନ କରାଯିବା ନେଇ ସର୍ବସମ୍ମତି ଦ୍ୱାରା ଏହା ନିଷ୍ପତ୍ତି ହୋଇଥିଲା ।
୩୫ ହଜାର ଲିଡ୍ ପରେ ଜୟଙ୍କ ପ୍ରତିକ୍ରିୟା, କହିଲେ ଏ ବିଜୟ ନୂଆପଡ଼ାବାସୀଙ୍କର
ଶିଶୁ ଦିବସର ଇତିହାସ:
୧୯୨୫ ମସିହାରୁ ହିଁ ଶିଶୁ ଦିବସ ପାଳନ କରାଯାଉଛି କିନ୍ତୁ ୟୁଏନ ୨୦ ନଭେମ୍ବର ୧୯୫୪ ମସିହାରେ ଶିଶୁ ଦିବସ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା । ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଶିଶୁ ଦିବସ ପାଳନ କରାଯାଇଥାଏ । ଭାରତରେ ଶିଶୁ ଦିବସ ୧୯୬୪ରେ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ନିଧନ ପରେ ପାଳନ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/14/42-2025-11-14-13-48-04.jpg)