କନକ ବ୍ୟୁରୋ : କୋଟିଆକୁ ନେଇ କଠୋର ହେଲେ ସରକାର । ରାଜସ୍ୱ ମନ୍ତ୍ରୀ ପୂଜାରୀଙ୍କ ରୋକ୍ଠୋକ୍ ଚେତାବନୀ । ଆଉ ଥରେ କୋଟିଆରେ ପଶିଲେ ବନ୍ଧା ହେବେ ଆନ୍ଧ୍ର ଅଧିକାରୀ । କୋଟିଆ କମିଟି ବୈଠକ ପରେ ଓଡ଼ିଶାକୁ କୋଟିଆର ମାଆ ଓ ଆନ୍ଧ୍ରକୁ ମାଉସୀ ବୋଲି କହିବା ସହ ସୀମା ବିବାଦକୁ ନେଇ ଆନ୍ଧ୍ର ସହ କଥା ହେବି ବୋଲି କହିଛନ୍ତି ମନ୍ତ୍ରୀ । ଏଥିସହ ସାମ୍ନାକୁ ଆସିଛି କୋଟିଆ ପାଇଁ ସରକାରଙ୍କ ରୋଡ୍ମ୍ୟାପ ।
ଆନ୍ଧ୍ର ସହ ସୀମା ବିବାଦରେ ଫସିଥିବା କୋରାପୁଟ ଜିଲ୍ଲା କୋଟିଆକୁ ନେଇ ଏଭଳି କଡ଼ା ମନ୍ତବ୍ୟ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସଫା ସଫା କହିଛନ୍ତି, କୋଟିଆର ମାଆ ଓଡ଼ିଶା, ମାଉସୀ ହେଉଛି ଆନ୍ଧ୍ର ପ୍ରଦେଶ । ମାଆ ଥିଲା ଯାଏଁ ମାଉସୀର ଆବଶ୍ୟକତା ନାହିଁ । କୋଟିଆ କାଲି ବି ଓଡ଼ିଶାର ଥିଲା । ଆଜି ବି ଓଡ଼ିଶାର ଅଙ୍ଗ ହୋଇ ରହିଛି । କୋଟିଆ ଗସ୍ତରୁ ଫେରି ଆଜି ଲୋକସେବା ଭବନରେ ସମୀକ୍ଷା କରିଥିଲେ ମନ୍ତ୍ରୀ । କ୍ଷୋଭର ସହ କୋଟିଆର ୨୧ଟି ଗାଁକୁ ନେଇ ଲାଗି ରହିଥିବା ସୀମା ବିବାଦ ସଂପର୍କରେ କହୁ କହୁ ମନ୍ତ୍ରୀ ବାବୁଙ୍କୁ ପଚାରିଥିଲେ, କାହିଁକି ସେ ଗାଁ ଲୋକେ ସରକାରୀ ସୁବିଧାରୁ ବଞ୍ଚିତ, ଜବାବ ଦିଅ । ନିଜେ ଆନ୍ଧ୍ର ପ୍ରଦେଶ ସହ ଆଲୋଚନା କରିବେ ବୋଲି କହିଥିଲେ ।
ଅଧିକ ପଢ଼ନ୍ତୁ : କୋଟିଆକୁ ନେଇ ଚାଲିଛି କି ରାଜନୀତି ; କେବେ ବନ୍ଦ ହେବ ଆନ୍ଧ୍ରର ଦାଦାଗିରି?
ବିକଶିତ କୋଟିଆ ପାଇଁ ବିସ୍ତୃତ ରୋଡ୍ମ୍ୟାପ କରିଛି ଓଡ଼ିଶା । ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଦକ୍ଷତା ବିକାଶ, ଗରିବ କଲ୍ୟାଣକୁ ଦିଆଯାଇଛି ପ୍ରାଥମିକତା । ସ୍ୱତନ୍ତ୍ର ପ୍ୟାକେଜ ପ୍ରସଙ୍ଗରେ ଆଲୋଚନା କରିଛି କୋଟିଆ କମିଟି । ଓଡ଼ିଆ ଭାଷାର ପ୍ରଚଳନ ବଢ଼ାଇବାକୁ ସେଠାରେ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରିଛି ସଂସ୍କୃତି ବିଭାଗ । କୋଟିଆର ମେଧାବୀ ପିଲାଙ୍କୁ ଭୁବନେଶ୍ୱରରେ ଶିକ୍ଷାଦାନ ପାଇଁ ବି ହୋଇଛି ଆଲୋଚନା । ଅନ୍ୟପକ୍ଷରେ ତାତ୍ସଲ୍ୟ କରିଛି ବିଜେଡି । କହିଛି, କୋର୍ଟ ରାୟ ନଆସିବା ଯାଏଁ କେହି କିଛି କରିପାରିବେନି ।
କୋଟିଆକୁ ନେଇ ଆନ୍ଧ୍ର ସହ ଲଢ଼ୁଛି ଓଡ଼ିଶା ସରକାର । ଏପଟେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଏଭଳି ସ୍ଥିତିରେ କୋଟିଆବାସୀଙ୍କ ମନ କିଏ ଜିଣୁଛି, ତା ଉପରେ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/24/kotia-border-dispute-2025-12-24-22-28-18.jpg)