ଷ୍ଟିଲ ସିଟିରେ ମାତିଛନ୍ତି ଲୁଟେରା । ସକାଳୁ ସକାଳୁ ସୁନା ଦୋକାନୀ ପ୍ରଦୀପ ସୋନିଙ୍କୁ ଛୁରା ମାଡ କରି ଲୁଟ୍

256

କନକ ବ୍ୟୁରୋ : ଷ୍ଟିଲ ସିଟିରେ ଛୁରାମାଡ କରି ଲୁଟ୍ । ସୁନା ଦୋକାନୀଙ୍କ ଠାରୁ ୯ଶହ ଗ୍ରାମର ସୁନା ଗହଣା ନେଇ ଚମ୍ପଟ ମାରିଲେ ଲୁଟେରା । ସୁନା ସହ ନଗଦ ୨୦ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଛନ୍ତି । ରାଉରକେଲାର ମାଲ ଗୋଦାମ କାଳି ମନ୍ଦିର ନିକଟରେ ଆଜି ଏଭଳି ଲୁଟପାଟ୍ ହୋଇଛି । ସୁନା ଦୋକାନୀ ପ୍ରଦୀପ କମାର ସୋନି କୋଲକାତାରୁ ସୁନା ଗହଣା ଆଣି ଆଜାଦ୍ ହିନ୍ଦ୍ ଟ୍ରେନ୍ରେ ରାଉରକେଲା ଫେରିଥିଲେ । ଆଜି ସକାଳୁ ସେ ରାଉରକେଲା ଷ୍ଟେସନରେ ଓହ୍ଲାଇବା ପରେ ସହଯୋଗୀଙ୍କ ସହ ସ୍କୁଟିରେ ବାସନ୍ତି କୋଲନୀ ସ୍ଥିତ ଘରକୁ ଯାଉଥିଲେ । ଘରକୁ ଯିବା ବାଟରେ ୩ ଜଣ ଲୁଟେରା ଛୁରାମାଡ କରି ଲୁଟି ନେଇଛନ୍ତି । ପ୍ରଦୀପଙ୍କ ହାତରେ ଆଘାତ ଲାଗିଥିବା ବେଳେ ସେ ସାମାନ୍ୟ ଆହାତ ହୋଇଛନ୍ତି । ପୁଲିସ ଏହି ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ ହୋଇଛି ।