୨୦୨୪ରେ ନିର୍ବାଚନ ଲଢିବେନି ପାଣ୍ଡିଆନ, କାର୍ଯ୍ୟକାରିଣୀ ବୈଠକରେ କଲେ ସ୍ପଷ୍ଟ । ୧୪୭ ଆସନରେ ଦଳ ପାଇଁ କରିବେ କାମ ।

690

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ଲଢିବେ ନାହିଁ ଭି.କେ ପାଣ୍ଡିଆନ । ଏନେଇ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସ୍ପଷ୍ଟ କରିଛନ୍ତି ପାଣ୍ଡିଆନ । କାର୍ଯ୍ୟକାରିଣୀ ବୈଠକରେ ହୋଇଥିବା ଏହି ନିଷ୍ପତ୍ତି ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସମ୍ବିତ ରାଉତରାୟ ।

ବିଜେଡି ନେତା ରବୀନ୍ଦ୍ର ଜେନା କହିଛନ୍ତି, ଭି.କେ ପାଣ୍ଡିଆନ ନିର୍ବାଚନ ନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି । ଏପରିକି ୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଦଳ ପାଇଁ କାମ କରିବେ ବୋଲି ପାଣ୍ଡିଆନ ବୈଠକରେ କହିଛନ୍ତି । ଦଳକୁ ଆହୁରି ସଙ୍ଗଠିତ କରିବା ସହ ଦଳୀୟ ନେତାଙ୍କ ସହ ମିଶି ପାଣ୍ଡିଆନ କାମ କରିବେ । ସୁଶାସିତ ରାଜ୍ୟ ଭାବେ ଯେପରି ଓଡ଼ିଶା ଦେଶରେ ପ୍ରତିଷ୍ଠା ଲାଭ କରିଛି, ଦଳକୁ ମଧ୍ୟ ଆହୁରି ଲୋକପ୍ରିୟ କରିବାକୁ କାମ କରିବେ ବୋଲି କହିଛନ୍ତି ପାଣ୍ଡିଆନ ।

ସେହିଭଳି ଦଳର ଉପ-ସଭାପତି ଦେବୀ ମିଶ୍ର କହିଛନ୍ତି, ପାଣ୍ଡିଆନ ନିର୍ବାଚନ ଲଢିବେନି ବୋଲି ସ୍ପଷ୍ଟ କରିବା ପରେ ବିରୋଧୀ ଯେଉଁ ଅପପ୍ରଚାର କରୁଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ମୁଖ୍ୟମନ୍ତ୍ରୀଙ୍କ ସହ ବହୁବର୍ଷ ଧରି କାମ କରିଛନ୍ତି ପାଣ୍ଡିଆନ । ଏବେ ବିଜେଡିର ସକ୍ରିୟ କର୍ମୀ ଭାବେ ଦଳ ପାଇଁ କାମ କରିବେ । ଏହାପୂର୍ବରୁ ପାଣ୍ଡିଆନ ଆଗାମୀ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଥିଲା । ଗତ ନଭେମ୍ବର ୨୭ ତାରିଖରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ ପାଣ୍ଡିଆନ ।