ବଜ୍ରପାତ ପଡି ତୈଳ ଡିପୋରେ ନିଆଁ, ୧୭ କର୍ମଚାରୀ ନିଖୋଜ, ୮୦ରୁ ଅଧିକ ଆହତ

353

କନକ ବ୍ୟୁରୋ: କ୍ୟୁବାରେ ଲଗାଣ ବର୍ଷା ଭିତରେ ଏକ ତୈଳ ଟ୍ୟାଙ୍କ ଉପରେ ବଜ୍ରପାତ ହେବାରୁ ନିଆଁ ଲାଗିଯାଇଛି । ଫଳରେ ସେଠାରେ ଉପସ୍ଥିତ ୧୭ ଅଗ୍ନିଶମ କର୍ମଚାରୀଙ୍କ ପତ୍ତା ମିଳୁନଥିବାବେଳେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସୂଚନା ମୁତାବକ, କ୍ୟୁବା ମତନଜାସ୍ ସହରରେ ଥିବା ତୈଳ ଭଣ୍ଡାର ଟ୍ୟାଙ୍କ ଉପରେ ବଜ୍ରପାତ ହେବାରୁ ଭୀଷଣ ଅଗ୍ନିକାଣ୍ଡ ହୋଇଥିଲା । ନିଆଁର ରୂପ ଏତେ ଭୀଷଣ ଥିଲା ଯେ, ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଥିଲା । ତୈଳ ଟ୍ୟାଙ୍କ ଗୁଡିକ ପାଖାପାଖି ଥିବାରୁ ନିଆଁ ଗୋଟିଏ ପରେ ଗୋଟିଏ ଟ୍ୟାଙ୍କଙ୍କୁ ଆଖିପିଛୁଳାକେ ବ୍ୟାପୀଯାଇଥିଲା । ନିଆଁ ଲିଭାଇବାକୁ ଆସିଥିବା ୧୭ ଜଣ ଦମକଳ ବାହିନୀ କର୍ମଚାରୀଙ୍କ ପତ୍ତା ମିଳୁନି ।