ରିଲେ ଫାଇନାଲରେ ୨ ଓଡ଼ିଆ ତାରକା ଦୂତୀ ଓ ଶ୍ରାବଣୀ

102

କନକ ବ୍ୟୁରୋ : ରିଲେ ଫାଇନାଲରେ ୨ ଓଡ଼ିଆ ତାରକା ଦୂତୀ ଓ ଶ୍ରାବଣୀ । ଏମାନଙ୍କ ସହ ହିମା ଦାଦ ଓ ଜ୍ୟୋତି ୟାରାଜୀଙ୍କୁ ନେଇ ଗଠିତ ୪ ଗୁଣା ୧୦୦ ମିଟର ମହିଳା ରିଲେ ଦଳ ବର୍ମିଂହେମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନାଲରେ ପ୍ରବେଶ କରିିଛନ୍ତି ।
ଭାରତୀୟ ଦଳ ହିଟ-୧ରେ ଦ୍ୱିତୀୟ ସ୍ଥାନରେ ରହି ଫାଇଲନାଲ ଟିକେଟ ହାସଲ କରିଥିଲା । ଏହି ହିଟରେ ଜାମାଇକା ପ୍ରଥମ ସ୍ଥାନ ଅଧିକାର କରିଥିଲା । ଆଜି ଫାଇନାଲ ଇଂଭେଟ ରହିଛି । ଏଥିରେ ଭାରତ, ଜାମାଇକା, ସ୍କଟଲାଣ୍ଡ, ନାଇଜେରିଆ, ଇଂଲଣ୍ଡ, ଅଷ୍ଟେଲିଆ ତ୍ରନିଦାଦ ଆଣ୍ଡ ଟବାଗୋ ଓ ଘାନା ଅଂଶଗ୍ରହଣ କରିବେ ।