ପାକିସ୍ତାନ ଛାଡି ଭାରତ ଆସିବାକୁ ଚାହୁଁଛନ୍ତି ପାକିସ୍ତାନୀ: ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିଛନ୍ତି ୭, ୩୦୬ ଜଣ

268

କନକ ବ୍ୟୁରୋ: ଭାରତୀୟ ନାଗରିକତ୍ୱ ଗ୍ରହଣ ପାଇଁ ଆଗରେ ପାକିସ୍ତାନ । ପାକିସ୍ତାନ ଛାଡି ଭାରତ ଆସିବା ପାଇଁ ଚାହୁଁଛନ୍ତି ହଜାର ହଜାର ପାକିସ୍ତାନୀ । ୧୪ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ପାକିସ୍ତାନର ୭ ହଜାର ୩୦୬ ଜଣ ଭାରତୀୟ ନାଗରୀକତ୍ୱ ପାଇଁ ଆବେଦନ କରିଛନ୍ତି । ସଂସଦରେ ଏନେଇ ବୁଧବାର ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନ୍ଦ ରାୟ । ଭାରତୀୟ ନାଗରିକତ୍ୱ ପାଇଁ ସମୁଦାୟ ୧୦ ହଜାର ୬୩୫ ଜଣ ଆବେଦନ କରିଛନ୍ତି । ତେବେ ଏ ସଂଖ୍ୟା ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ପାକିସ୍ତାନୀ ନାଗରୀକ ଅଟନ୍ତି ।

କେବେ ଏହି ଲିଷ୍ଟର ୨ୟ ସ୍ଥାନରେ ଅଛି ଆଫଗାନିସ୍ତାନ । ଆଫଗାନିସ୍ଥାନ ରି ୧ ହଜାର ୧୫୨ ଜଣ ଆବେଦନ କରିଛନ୍ତି । ସେହିପରି ଆମେରିକା ଓ ଶ୍ରୀଲଙ୍କା ରୁ ୨୨୩ , ନେପାଳ ଓ ବାଙ୍ଗଲାଦେଶ ରୁ ଯଥାକ୍ରମେ ୧୮୯ ଓ ୧୬୧ ଜଣ ଆବେଦନ କରିଛନ୍ତି । ଚୀନରୁ ମଧ୍ୟ ୧୦ ଜଣ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିଥିବା ଜଣାପଡିଛି । ଗତ ୫ ବର୍ଷରେ ୪ ହଜାର ୧୭୭ ଜଣ ଙ୍କୁ ଭାରତୀୟ ନାଗରିକତ୍ୱ ମିଳିଥିବା ନେଇ ରାଜ୍ୟସଭାର ଅଫିସିଆଲ ୱେବସାଇଟରେ ସୂଚନା ଜାରି ହୋଇଛି ।