ରାଜ୍ୟ କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବକୁ ମୋହର : ଖୋଲିବ ଓଡିଶା ପରିବାର ନିର୍ଦ୍ଦେଶାଳୟ

326

କନକ ବ୍ୟୁରୋ : କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ପ୍ରବାସୀ ଓଡିଆଙ୍କ ସୁବିଧା ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ । ରାଜ୍ୟ ଓ ଦେଶ ବାହାରେ ରହୁଥିବା ଓଡିଆଙ୍କ ପାଇଁ ଓଡିଶା ପରିବାର ନିର୍ଦ୍ଦେଶାଳୟ ଖୋଲାଯିବା ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି । ଏହା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ କାର୍ଯ୍ୟ କରିବ ବୋଲି ପ୍ରସ୍ତାବ ରହିଛି । ବିଦେଶରେ ଓଡିଶାର ଭାଷା, ସଂସ୍କୃତି ଓ ଐତିହ୍ୟ ପ୍ରଚାର ଦିଗରେ ଏହା କାମ କରିବ ।

ରାଜ୍ୟ ଯୋଜନା ଅର୍ନ୍ତଭୁକ୍ତ କୃଷକ ସଙ୍ଗଠନ ଗୁଡିକୁ ସହାୟତା ଉଦ୍ଦେଶ୍ୟରେ ଆଗାମୀ ୫ବର୍ଷ ପାଇଁ ୩୧୩କୋଟି ୬୧ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । ହଜାରରେ ଉର୍ଦ୍ଧ୍ୱ କୃଷକ ଉତ୍ପାଦକ ସଙ୍ଗଠନ ୩ ଲକ୍ଷରୁ ଅଧିକ ଚାଷୀଙ୍କୁ ସାମିଲ କରି ରୁଣ ସଂଯୋଗୀକରଣ, ଆର୍ଥିକ ବୈଷୟିକ ଓ ଭିତ୍ତିଭୂମି ସହାୟତା ସହ ଏକତ୍ରିକରଣ ଓ ବଜାର ସଂଯୋଗୀକରଣ ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ବୃଦ୍ଧିରେ ସାହାଯ୍ୟ କରିବ ।

ସେହିପରି ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି । ସେପଟେ ୭ଟି ଗ୍ରାମୀଣ ପାଇପ ଜଳ ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରୀ । ଜାପାନ ଗସ୍ତରେ ଥିବା ଯୋଗୁଁ ଭର୍ଚୁଆଲରେ ଉପସ୍ଥିତ ରହି ବୈଠକରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ।