ଝାରସୁଗୁଡାରୁ ପୁଣି ଜଣେ ନାବାଳକ ଅପହୃତ : ଉଦ୍ଧାର ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି

100

କନକ ବ୍ୟୁରୋ : ଝାରସୁଗୁଡାରୁ ପୁଣି ଜଣେ ନାବାଳକ ଅପହୃତ । ଗତ ଶୁକ୍ରବାରରୁ ନାବାଳକଙ୍କ ପତ୍ତା ମିଳୁନି । ନାବାଳକକୁ ଉଦ୍ଧାର ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି । ସୂଚନା ଅନୁସାରେ, ଝାରସୁଗୁଡ଼ା ଥାନା ଅନ୍ତର୍ଗତ ବୁରୋମାଲ ଅଞ୍ଚଳର ଜଣେ ନାବାଳକଙ୍କ ମା’‌ ଅସୁସ୍ଥ ହେବାରୁ ଗତ ୭ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହିସମୟରେ ନାବାଳକଙ୍କ ବାପା ବି ଡାକ୍ତରଖାନାରେ ଥିବାବେଳେ ଘରେ ନାବାଳକ ଓ ତାଙ୍କର ଭାଇ ଥିଲେ ।

ସେହିଦିନ ଅପରାହ୍ନରେ ହିଁ ନାବାଳକ ଘରୁ ବାହାରେ ଛିଡ଼ା ହୋଇଥିବା ବେଳେ ଏହା ପରଠାରୁ ତାଙ୍କର ଆଉ କୌଣସି ଖୋଜ୍‌ ଖବର ମିଳୁନାହିଁ । ଶନିବାର ପରିବାର ଲୋକେ ସବୁଆଡ଼େ ଖୋଜାଖୋଜି କରିଥିଲେ । ତଥାପି ନାବାଳକଙ୍କର କୌଣସି ପତ୍ତା ମିଳି ନଥିଲା । ଏହାପରେ ରବିବାର ସକାଳୁ ସେମାନେ ଝାରସୁଗୁଡ଼ା ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତେବେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କୌଣସି ଅପହରଣକାରୀଙ୍କ ଫୋନ୍‌ କଲ୍‌ ଆସି ନଥିବା କୁହାଯାଇଛି ।