ଚୂନ ପଥର ଖଣିରେ ଅଘଟଣ: ଅତଡା ଧସିଯିବାରୁ ୭ ମୃତ, ଆହୁରି ଫସିଥିବା ଆଶଙ୍କା

54

କନକ ବ୍ୟୁରୋ: ଆଜି ଛତିଶଗଡରେ ଏକ ବଡ ଧରଣର ଅଘଟଣ ଘଟିଛି । ଜଗଦଲପୁରରୁ ୧୧ କିଲୋମିଟର ଦୂର ମାଲଗାଓଁରେ ଚୂନ ପଥର ଖଣିରେ ମାଟି ଧସିବା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ ମାଟି ତଳେ ଆହୁରି ୧୨ରୁ ଅଧିକ ଲୋକ ଫସି ରହିଛନ୍ତି । ଘଟଣା ସ୍ଥଳରେ ଏନଡିଆରଏଫ ଟିମ ପହଞ୍ଚି ସେମାନଙ୍କୁ ବଞ୍ଚାଇବାକୁ ରେସକ୍ୟୁ ଅପରେସନ ଆରମ୍ଭ କରି ଦେଇଛି । ଯେଉଁ ୭ ଲୋକଙ୍କୁ ଉଦ୍ଧାର କରାଯାଇଛି ସେମାନଙ୍କୁ ମୃତ ଘୋଷଣା କରାଯାଇ ସାରିଛି । ଆଉ ୩୦ରୁ ୪୫ ମିନିଟ ମଧ୍ୟରେ ଅନ୍ୟମାନଙ୍କୁ ଉଦ୍ଧାର କରାଯିବ ।