ଆଇପିଏଲରୁ ଅବସର ନେଲେ ବ୍ରାଭୋ । ଚେନ୍ନାଇ ସୁପରକିଙ୍ଗସ ପାଇଁ ସମ୍ଭାଳିବେ ବୋଲିଂ କୋଚ୍ ପଦ

120

କନକ ବ୍ୟୁରୋ : ଚେନ୍ନାଇ ସୁପରକିଙ୍ଗସର ବରିଷ୍ଠ ଖେଳାଳୀ  ବ୍ରାଭୋ ଆଇପିଏଲ ୨୦୨୩ ଖେଳିବେ ନାହିଁ । ସେ କେବଳ ୨୦୨୩ ଆଇପିଏଲ ନୁହେଁ ପୂରା ଆଇପିଏଲରୁ ଅବସର ଘୋଷଣା କରିଛନ୍ତି । ହେଲେ ସେ ଆଇପିଏଲରୁ ଅବସର ନେବା ଘୋଷଣା କରିବା ପରେ ଚେନ୍ନାଇ ସୁପରକିଙ୍ଗସ ତାଙ୍କୁ ବୋଲିଂ କୋଚ୍ ଭାବେ ନିଯୁକ୍ତି କରିବାକୁ ଘୋଷଣା କରିଛି । ଏନେଇ ସିଏସକେ ତରଫରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ସୂଚନା ମୁତାବକ ଚେନ୍ନାଇ ସୁପରକିଙ୍ଗସର ବୋଲିଂ କୋଚ୍ ଥିବା ଲକ୍ଷ୍ମୀପତି ବାଲାଜୀ ଗୋଟିଏ ବର୍ଷ ପାଇଁ ବ୍ରେକ୍ ନେଇଥିବାରୁ ତାଙ୍କ ସ୍ଥାନରେ ବ୍ରାଭୋଙ୍କୁ ବୋଲିଂ କୋଚ ଭାବେ ନିଯୁକ୍ତି ଦିଆଯାଇଛି ।

ସେପଟେ ବ୍ରାଭୋଙ୍କ ଆଇପିଏଲ କ୍ୟାରିଅରକୁ ଯଦି ନଜର ପକାଇବା ତେବେ ସେ ଆଇପିଏଲରୁ ମୋଟ ୧୫୬୦ ରନ୍ ସଂଗ୍ରହ କରିଥିବା ବେଳେ ୧୮୩ ଟି ୱିକେଟ ହାସଲ କରିଛନ୍ତି । ବ୍ରାଭୋ ଆଇପିଏଲ ସିଜିନ ଆରମ୍ଭରୁ ଟୁର୍ଣ୍ଣାମେଣ୍ଟ ସହ ଜଡିତ ରହିଛନ୍ତି । ସେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ ।

ବ୍ରାଭୋଙ୍କ ମୋଟ ଆଇପିଏଲ ଖେଳର ପ୍ରଭାବ ଦେଖିଲେ ସେ ୧୬୧ ଟି ମ୍ୟାଚ୍ ଖେଳି ୧୫୬୦ ରନ ସଂଗ୍ରହ କରିଛନ୍ତି । ଏହାସହ ୧୮୩ ଟି ୱିକେଟ ହାସଲ କରିଛନ୍ତି । ଏହା ମଧ୍ୟରେ ସେ ୫ ଟି ଅର୍ଦ୍ଧଶତକ କରିଛନ୍ତି । ବୋଲିଂରେ ସେ ୨୨ ରନ ଦେଇ ୪ ଟି ୱିକେଟ ହାସଲ କରିବା ହେଉଛି ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।