ସ୍କୁଲକୁ ଫେରିଲା ସଂକ୍ରମଣ : ରାୟଗଡାରେ ୬୪ ଜଣ ସ୍କୁଲ ପିଲା କରୋନା ପଜିଟିଭ

286

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହେଉଛି, ଚତୁର୍ଥ ଲହର ନେଇ ଆଶଙ୍କା ମଧ୍ୟ ବଢୁଛି । ଏପରି ସମୟରେ ପୁଣି ସ୍କୁଲକୁ ଫେରିଛି କରୋନା ସଂକ୍ରମଣ । ରାୟଗଡା ଜିଲ୍ଲାରେ ୬୪ ଜଣ ସ୍କୁଲ ଛାତ୍ର କରୋନା ପଜିଟିଭ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି ।

ରାୟଗଡା ଜିଲ୍ଲା କୋଟଲାଗୁଡା ସ୍ଥିତ ଅନ୍ୱେଷା ହଷ୍ଟେଲର ୪୪ଜଣ ଅନ୍ତେବାସୀ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଛାତ୍ରଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଇନଥିବା ବେଳେ ସମସ୍ତ ଛାତ୍ର ସୁସ୍ଥ ଥିବା ଜଣାପଡିଛି । ଖବର ପାଇ ରାୟଗଡା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ହଷ୍ଟେଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସ୍କୁଲ କର୍ତୃପକ୍ଷଙ୍କ କହିବା ଅନୁସାରେ ଗତ ୪ ତାରିଖରେ ସ୍ୱାସ୍ଥ୍ୟ ବିଭାଗର ଆରଆରଟି ଟିମ୍ ପକ୍ଷରୁ ହଷ୍ଟେଲରେ ରହୁଥିବା ୨୫୭ ଜଣ ପିଲାଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା ।

ସେମାନଙ୍କ ମଧ୍ୟରୁ ୪୪ ଜଣ ଛାତ୍ରଙ୍କ ନମୂନା ପଜିଟିଭ ଆସିିଛି । ହଷ୍ଟେଲ କର୍ତୃପକ୍ଷ ପକ୍ଷରୁ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଥିବା କହିଛନ୍ତି ହଷ୍ଟେଲ ମେଟ୍ରାନ । ଅନ୍ୱେଷା ହଷ୍ଟେଲରେ ଅନ୍ତେବାସୀ ରାୟଗଡାର ୮ଟି ଇଂଜାରୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢୁଛନ୍ତି । ସେହିପରି ବିଷମକଟକ ବ୍ଲକ ହାଟମୁନିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ୨୦ ଜଣ ଛାତ୍ର ପଜିଟିଭ ବାହାରିଥିବା ଜଣାପଡିଛି ।