ଓଡ଼ିଶା କୃଷି ମହାବିଦ୍ୟାଳୟର ୬୦ ତମ ସାହିତ୍ୟ ଉତ୍ସବ ଉଦଘାଟିତ ।

95

କନକ ବ୍ୟୁରୋ: ଓଡ଼ିଶା କୃଷି ମହାବିଦ୍ୟାଳୟର ୬୦ ତମ ସାହିତ୍ୟ ଉତ୍ସବ ( ଅନୁଭୂତି ନିର୍ଝର) କୃଷି ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖକ ତଥା ସାହିତ୍ୟିକ ଦେବପ୍ରସାଦ ଦାଶ, ମୁଖ୍ୟ ବକ୍ତା ଭାବେ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ ।

ଏହି ଅବସରରେ ୱାଲ ମେଗାଜିନ୍ ଭୂପ୍ରଭା ଓ କଲେଜ ମେଗାଜିନ କର୍ସିକା ଉନ୍ମୋଚିତ ହୋଇଛି । ଭାଷା ଓ ଭାବକୁ ନେଇ ମଣିଷ ବିଭିନ୍ନ ଖେଳ ଖେଳେ ତାହା ହେଉଛି ସାହିତ୍ୟ । ଯଦି ଭାବର ଅଭାବ ହୁଏ ଭାଷା ସଠିକ ମିଳିବ ନାହିଁ । ଫଳରେ ସାହିତ୍ୟ ଦୁର୍ବଳ ହୋଇଯିବ କହିବା ସହ ପିଲାଙ୍କୁ ୫ ମନ୍ତ୍ର ଦେଇଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ମାଆ, ମାଟି, ମାତୃଭାଷା, ମୋବାଇଲକୁ ଗୁରୁତ୍ୱ ଦେଇ ମଦକୁ ଦୂରେଇ ଦେଲେ ଭଲ ସମାଜ ଗଠନ ହୋଇପାରିବ । ବିଜ୍ଞାନ ଓ ସାହିତ୍ୟ ଗୋଟିଏ ମୁଦ୍ରା ଦୁଇ ପାର୍ଶ୍ୱ , ମାଆ, ମାଟି, ମଣିଷରକୁ ନେଇ କୃଷି ବିଜ୍ଞାନର ଅଗ୍ରଗତି ସମ୍ଭବ ବୋଲି ପିଲାମାନଙ୍କୁ କୁଳପତି କହିଛନ୍ତି ।