ଲୋକଙ୍କ ନିକଟରୁ ଆସୁଥିବା ଅଭିଯୋଗ ପତ୍ର ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ଚାନ୍ଦବାଲି ଗସ୍ତ ବେଳେ ଫାଇଭ-ଟି ଅଧ୍ୟକ୍ଷ ପାଣ୍ଡିଆନ କହିଲେ ସାତ ଦିନରେ ହେବ ଅଭିଯୋଗର ସମାଧାନ

96

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଦେଖୁଛନ୍ତି ଲୋକଙ୍କ ଅଭିଯୋଗ ଫର୍ଦ୍ଦ । ଭଦ୍ରକ ଚାନ୍ଦବାଲି ଗସ୍ତରେ ଥିବା ଫାଇଭ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏହା କହିଛନ୍ତି । ଲୋକମାନେ ନିଜ ଅଂଚଳର ସମସ୍ୟା ବାବଦରେ ତାଙ୍କୁ ଅଭିଯୋଗ ପତ୍ର ଦେଉଛନ୍ତି । ଆଉ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଂଚାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ସାତ ଦିନ ମଧ୍ୟରେ ଅଭିଯୋଗର ସମାଧାନ କରୁଛନ୍ତି ବୋଲି ପାଣ୍ଡିଆନ୍ କହିଛନ୍ତି । ଫାଇଭ ଟି ଅଧ୍ୟକ୍ଷ ଆଜି ଚାନ୍ଦବାଲି ଆରଡ଼ି ବାବା ଆଖଣ୍ଡଳମଣିଙ୍କ ପୀଠକୁ ଆସି ଦର୍ଶନ କରିଥିଲେ । ଏହାପରେ ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ଚାନ୍ଦବାଲି ପାଇଁ ମୋଟ୍ ୩୫୦ କୋଟିର ପ୍ରକଳ୍ପ ଭେଟି ଦେଇଥିବା ମଂଚ ଉପରୁ ଘୋଷଣା କରିଛନ୍ତି ପାଣ୍ଡିଆନ୍ ।