ଚର୍ଚ୍ଚାରେ ତୁର୍କୀ ଓ ସିରିଆରେ ଭାରତୀୟ ସେନାର ୪ ସ୍ନିଫର ଡଗ୍: ଭଙ୍ଗା କୋଠା ତଳୁ ଜୀବନ ସନ୍ଧାନ କରୁଛନ୍ତି ଜୁଲି, ରୋମିଓ, ହନି ଓ ରାମ୍ବୋ

131

କନକ ବ୍ୟୁରୋ: ତୁର୍କୀ ଓ ସିରିଆରେ ନିୟୋଜିତ ଏନଡିଆରଏଫ ଟିମ୍ର ୪ ସନ୍ଧାନୀ କୁକୁର ଜୁଲି, ରୋମିଓ, ହନି ଏବଂ ରାମ୍ବୋକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ତୁର୍କୀ ଉଦ୍ଧାର କାମରେ ଜୁଲି ଓ ରୋମିଓଙ୍କ ସାହସିକତା ଦେଖିଲେ ବିଶ୍ୱବାସୀ । ଭଙ୍ଗା କୋଠାତଳୁ ଜୀବନ ସନ୍ଧାନ ପାଇଁ ଉଦ୍ଧାରକାରୀ ଟିମକୁ ସାହାଯ୍ୟ କରୁଛି ଭାରତୀୟ ସ୍ନିଫର ଡଗ୍ ବା ସନ୍ଧାନୀ କୁକୁର । ଭାରତୀୟ ସେନାର ୪ ସନ୍ଧାନୀ କୁକୁର ଜୁଲି, ରୋମିଓ, ହନି ଓ ରାମ୍ବୋ ଉଦ୍ଧାରକାମରେ ସାହାଯ୍ୟ କରୁଛନ୍ତି । ସ୍ନିଫର ଡଗ୍ ଭାରତୀୟ ସେନାରେ ଏକ ପ୍ରମୁଖ ଭୂମିକା ତୁଲାଇଥାଏ । ଅପରାଧିକ ଘଟଣା ହେଉଛି ଆପତକାଳୀନ ଘଟଣା, ସେଠାରେ ସନ୍ଧାନୀ କୁକୁରଙ୍କୁ ନିୟୋଜିତ କରାଯାଇଥାଏ । ଭାରତୀୟ ସେନା ଦ୍ୱାରା ଏମାନେ ସ୍ୱତନ୍ତ୍ର ଟ୍ରେନିଂ ପାଇଥାନ୍ତି । ୯ ମାସର କଡା ଟ୍ରେନିଂ ପରେ ସନ୍ଧାନୀ କୁକୁରଙ୍କୁ ସେନାରେ ନିୟୋଜିତ କରାଯାଇଥାଏ । ସେହିପରି ଏନଡିଆରଏଫ ଟିମ୍ରେ ନିୟୋଜିତ ସ୍ନିଫର ସ୍କ୍ୱାଡଙ୍କୁ ମଧ୍ୟ ସ୍ୱତନ୍ତ୍ର ତାଲିମ ଦିଆଯାଇଥାଏ । ଉଦ୍ଧାରକାମରେ କିଭଲି ଏହି କୁକୁର ସାହାଯ୍ୟ କରିବେ, ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିବ ଏବଂ ମାଟି ତଳେ ଫସିଥିବା ଜୀବନକୁ କିଭଳି ଉଦ୍ଧାର କରାଯାଇ ପାରିବ ସେନେଇ ସନ୍ଧାନୀ କୁକୁରଙ୍କୁ ଦିଆଯାଇଥାଏ ତାଲିମ୍ ।

ସନ୍ଧାନୀ କୁକୁର ‘ଜୁଲି’
– ତୁର୍କୀରେ ଉଦ୍ଦାରକାମରେ ନିୟୋଜିତ ଭାରତୀୟ କୁକୁର ଜୁଲି
– ଏନଡିଆରଏଫ୍ ଟିମ୍ର ସ୍ନିଫର ଡଗ୍ ଜୁଲି
– ଲାବ୍ରାଡୋର ବ୍ରିଡର କୁକୁର ଜୁଲି
– ଜୁଲିର ବୟସ ୬ ବର୍ଷ
– ଏନଡିଆରଏଫ ଡଗ୍ ସ୍କ୍ୱାର୍ଡର ସକ୍ରିୟ ସଦସ୍ୟ ଜୁଲି
– କମାଣ୍ଡର ଗୁରବିନ୍ଦର ସିଂହଙ୍କ ତତ୍ୱାବଧାନରେ କାମ କରେ ଜୁଲି

ସନ୍ଧାନୀ କୁକୁର ‘ରୋମିଓ’
– ଲାବ୍ରାଡୋର ବ୍ରିଡ୍ର କୁକୁର ରୋମିଓ
– ଏନ୍ଡିଆର୍ଏଫ୍ର ସଦସ୍ୟ ରୋମିଓ
– ତୁର୍କୀରେ ଉଦ୍ଧାରକାମରେ ତୁଲାଉଛି ଗୁରୁ ଦାୟିତ୍ୱ
– ଶୁଙ୍ଘି କି ଠାବ କରୁଛି ମାଟି ତଳେ ଫସିଥିବା ଜୀବନ
– ୯ ମାସର କଠୋର ଟ୍ରେନିଂ ନେଇଛି ରୋମିଓ
– ରୋମିଓର ବୟସ ୬ ବର୍ଷ
– ଜରୁରୀକାଳୀନ ସ୍ଥିତିରେ ଚତୁରତାର ତୁଲାଏ ଦାୟିତ୍ୱ
– ୨୦୧୮ କୋଲକତା ବ୍ରିଜ୍ ଭୁସୁଡିବା ଉଦ୍ଧାରକାମରେ ଥିଲା ନିୟୋଜିତ

ସନ୍ଧାନୀ କୁକୁର ‘ହନି’
– ସ୍ନିଫର ଡଗ୍ ସ୍କ୍ୱାଡର ସବୁଠାରୁ ବୟସ୍କ ହନି
– ହନି ୭ ବର୍ଷୀୟ ସନ୍ଧାନୀ କୁକୁର
– ଲାବ୍ରାଡୋର ବ୍ରିଡ୍ର ସ୍ନିଫର ହନି
– ଏନଡିଆରଏଫ୍ର ଅନେକ ଅପରେସନ୍ରେ କାମ କରିଛି
– ପୂର୍ବରୁ ଅନେକ ଉଦ୍ଧାରକାମରେ ନିୟୋଜିତ ହୋଇଛି
– ସିରିଆରେ ଉଦ୍ଧାରକାମରେ ନିୟୋଜିତ ହନି

ସନ୍ଧାନୀ କୁକୁର ‘ରାମ୍ବୋ’
– ଏନଡିଆରଏଫ୍ ସ୍ନିଫର ସ୍କ୍ୱାଡର କୁକୁର ରାମ୍ବୋ
– ସ୍ନିଫର ସ୍କ୍ୱାର୍ଡରେ ସବୁଠାରୁ କମ୍ ବୟସ୍କ ରାମ୍ବୋ
– ୪ ବର୍ଷ ବୟସର ଲାବ୍ରାଡୋର କୁକୁର
– ସିରିଆରେ ଉଦ୍ଧାରକାମରେ ନିୟୋଜିତ ରାମ୍ବୋ
– ୨୦୨୧ରେ ଚର୍ଚ୍ଚାରେ ଆସିଥିଲା ରାମ୍ବୋ
– ୟୁପି, ମୁରାଦାନଗର ଏକ ହଲ୍ ଭୁସୁଡିପଡିଥିଲା
– ଉଦ୍ଧାରକାମରେ ରାମ୍ବୋ ତୁଲାଇଥିଲା ବଡ଼ ଦାୟିତ୍ୱ

ଜୁଲି ଆଣ୍ଡ ରୋମିଓ
ଭୟଙ୍କର ଭୂମିକମ୍ପରେ ପ୍ରଭାବିତ ତୁର୍କୀ ଓ ସିରିଆରେ ଜାରି ରହିଛି ଉଦ୍ଧାରକାର୍ଯ୍ୟ । ‘ଅପରେସନ୍ ଦୋସ୍ତ’ ଜରିଆରେ ଭାରତୀୟ ସେନା ଓ ଏନଡିଆରଏଫ ଟିମ୍ ତୁର୍କୀ, ସିରିଆରେ ପହଁଚି ଉଦ୍ଧାରକାମରେ ନିୟୋଜିତ ହୋଇଛନ୍ତି । ଭୂମିକମ୍ପରେ ଭଙ୍ଗାକୋଠା ତଳୁ ଜୀବନ ସନ୍ଧାନ କରିବାରେ ସଫଳ ହୋଇଛି ଭାରତୀୟ ସନ୍ଧାନୀ କୁକୁର ଜୁଲି ଓ ରୋମିଓ । ତୁର୍କୀରେ ଭଙ୍ଗାକୋଠା ତଳେ ଦବି ରହିଥିବା ୬ବର୍ଷର କୁନି ଝିଅକୁ ଖୋଜି ବାହାର କରିପାରିଛି ଭାରତୀୟ ସ୍ନିଫର ଡଗ୍ ଜୁଲି ଓ ରୋମିଓ । ଭୂମିକମ୍ପର ୮୦ ଘଂଟା ପରେ ଭଙ୍ଗାକୋଠା ତଳେ ଦବି ରହିଥିବା କୁନି ଝିଅର ସନ୍ଧାନ ପାଇଥିଲେ ଭାରତୀୟ ସନ୍ଧାନୀ କୁକୁର । ଜୁଲି ଓ ରୋମିଓଙ୍କ ସୂଚନା ପରେ ଏନଡିଆରଏଫ ଟିମ୍ କୁନି ଝିଅର ଉଦ୍ଧାର କରି ପାରିଛି । ଏହାପରେ ଭାରତୀୟ ସ୍ନିଫର ଡଗ୍ ଜୁଲି, ରୋମିଓଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଜୁଲି ଓ ରୋମିଓଙ୍କ ନିଆରା ପ୍ରୟାସକୁ ସବୁଠି ପ୍ରଶଂସା କରାଯାଉଛି ।

ଚମକ୍ରାରୀ କୁକୁର ଜୁଲି ଓ ରୋମିଓ
– ଉଦ୍ଧାରକାମରେ ଭାରତୀୟ ସ୍ନିଫର ଡଗ୍
– ଚର୍ଚ୍ଚାରେ ସନ୍ଧାନୀ କୁକୁର ଜୁଲି ଓ ରୋମିଓ
– ୬ ବର୍ଷର ଝିଅକୁ ଖୋଜିବାରେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା
– ଧ୍ୱଂସସ୍ତୁପ ତଳେ ଫସିଥିଲା କୁନି ଝିଅ
– ପ୍ରଥମେ ଜୁଲି ଜାଣିବାକୁ ପାଇ ସେହି ସ୍ଥାନରେ ଭୁକିଲା
– ରୋମିଓ ଭଙ୍ଗାକୋଠା ତଳେ ପସି କୁନି ଝିଅ ପାଖରେ ପହଁଚିଲା
– ୬ ବର୍ଷୀୟ ଝିଅ ନସରିନ୍ ପାଖରେ ପହଁଚି ଭୋକିବା ଆରମ୍ଭ କଲା
– ରୋମିଓ ଭୁକିବା ଶବ୍ଦଶୁଣି ଝିଅକୁ ଉଦ୍ଧାର କରିଥିଲା ଏନଡିଆରଏଫ ଟିମ୍