ଦିଲ୍ଲୀରେ ପୁଣି ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ଢାବା ଫ୍ରିଜରୁ ମିଳିଲା ପ୍ରେମିକାର ଶବ

160

କନକ ବ୍ୟୁରୋ : ଦିଲ୍ଲୀରେ ପୁଣି ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଏକ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ପୋଲିସ ତରଫରୁ ଏକ ଢାବାରେ ଚଢାଉ କରାଯାଇ ସେଠିକାର ଫ୍ରିଜ ଭିତରୁ ଜଣେ ବାଳିକାର ଶବ ଜବତ କରିଛି । ଏହାସହ ହତ୍ୟାରେ ସଂପୃକ୍ତ ଥିବା ଯୁବକକୁ ଗିରଫ କରିଛି । ଏଭଳି ଘଟଣା ବାବା ହରିଦାସ ନଗର ଥାନା ଅଞ୍ଚଳରେ ଘଟିଛି ।

ପୋଲିସର ସୂଚନା ମୁତାବକ ଅଭିଯୁକ୍ତର ପରିଚୟ ଗେହଲଟ ବୋଲି କୁହାଯାଇଛି । ଗେହଲଟକୁ ଥାନାକୁ ନେଇ ପୋଲିସ ପଚରା ଉଚରା କରୁଛି । ପୋଲିସର ସୂଚନା ମୁତାବକ ଅଭିଯୁକ୍ତ ଗେହଲଟ ବାଳିକାଟିକୁ ହତ୍ୟା କରିବା ପରେ ତାର ଶବକୁ ଢାବାର ଏକ ଫ୍ରିଜ ମଧ୍ୟରେ ଲୁଚାଇ ରଖିଥିଲା । ଏହାସହ ବାଳିକାଟିକୁ ଗେହଲଟ କାଶ୍ମୀରଗେଟ ଆଇଏସବିଟି ନିକଟରେ କାର ଭିତରେ ଗଳାଚିପି ହତ୍ୟା କରିଥିଲା । ଏହାପରେ ନିକଟରେ ଥିବା ତାର ଢାବାର ଫ୍ରିଜ ଭିତରେ ଶବକୁ ଲୁଚାଇ ରଖିଥିଲା । ଅଭିଯୁକ୍ତର ବୟସ ୨୬ ବର୍ଷ ବୋଲି ପୋଲିସ କହିଛି ।

ଏହାପୂର୍ବରୁ ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ହତ୍ୟାକାଣ୍ଡ ପୁରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଶ୍ରଦ୍ଧାଙ୍କ ପ୍ରେମିକ ଅଫତାବ ଶ୍ରଦ୍ଧାକୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ତାର ଶରୀରକୁ ବିଭିନ୍ନ ସ୍ଥାନରେ ପକାଇ ଦେଇଥିଲା । ଏହି ମାମଲାରେ ପୋଲିସ ଅଫତାବକୁ ନଭେମ୍ବର ୧୨ ତାରିଖରେ ଗିରଫ କରିଥିଲା ।