ଗ୍ଲାମର୍ ଗର୍ଲଙ୍କ ଗଂଜେଇ ବେପାର ! ଗିରଫ ହେଲେ ସୁନ୍ଦରୀ ନେହା

62

vlcsnap-2016-10-25-19h07m53s005ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗ୍ଲାମର୍ ଗର୍ଲଙ୍କ ଗଂଜେଇ ବେପାର । କମିଶନରେଟ ପୁଲିସ୍ ଜାଲରେ ପଡିଛନ୍ତି ଏହି ସୁନ୍ଦରୀ ଯୁବତୀ । ନେହା ହାଲଦାରଙ୍କ ନିକଟରୁ ପୁଲିସ୍ ଜବତ କରିଛି ୩୫ କେଜି ଗଂଜେଇ । ପାଣ୍ଡରା ଛକ ନିକଟରେ ପୁଲିସ୍ ନେହାଙ୍କ ସମେତ ଆଉ ଜଣେ ଯୁବକଙ୍କୁ ଗିରଫ କରିଛି । ତାଙ୍କ ନା ପ୍ରଶାନ୍ତ ସାହୁ । ପୁରୀ ବାଏପାସ୍ ରୋଡ୍ ନିକଟରେ ପୁଲିସ୍ ଜାଲରେ ପଡିଛନ୍ତି ଏହି ସୁନ୍ଦରୀ ଯୁବତୀ ଜଣକ । ତାଙ୍କ ନିକଟରୁ ତିନୋଟି ଏୟାର୍ ବ୍ୟାଗକୁ ସିଜ୍ କରାଯାଇଛି ।

ମଂଚେଶ୍ୱର ଥାନାରେ ଏନେଇ କେସ୍ ରୁଜୁ ହୋଇଛି । ବଡ କଥା ହେଉଛି ନେହାଙ୍କ ଅପରାଧିକ ଟ୍ରାକ୍ ଲମ୍ବା । ଗତବର୍ଷ ଡିସେମ୍ବରରେ ମଧ୍ୟ କମିଶନରେଟ ପୁଲିସ୍ ନେହାଙ୍କୁ ଗିରଫ କରିଥିଲା । କିଛି ଲୋକଙ୍କୁ ଠକିବା ମାମଲାରେ ଗିରଫ ହୋଇଥିଲେ ନେହା । ଏହି ଗଂଜେଇ ଚାଲାଣ ପଛରେ ନେହାଙ୍କ ଭୂମିକା ପୁଲିସକୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି ।

ମିଳିଥିବା ସୂଚନା ଅନୁସାରେ, ଗଂଜେଇ ଚାଲାଣ କରୁଥିବା ମାଫିଆ ମାନେ ପୋଲିସ ଅଖିରେ ଧୁଳିଦେବା ପାଇଁ ଏଭଳି ସୁନ୍ଦରୀ ଝିଅଙ୍କୁ କାମରେ ଲଗାଉଛନ୍ତି । ପୁଲିସ୍ ଅନୁମାନ କରୁଛି, ଦୀର୍ଘ ବର୍ଷ ଧରି ନେହା ହାଲଦାର ଜରିଆରେ ଗଂଜେଇ ମାଫିଆମାନେ ଏଭଳି କାରବାର ଚଳାଇ ଆସୁଛନ୍ତି ।