ଶ୍ମଶାନରେ ଜଳୁଥିଲା ଜୁଇ, ସେପଟେ ବଜ୍ରାଘାତରେ ଜଳିଗଲା ଘର । ଚାଲିଗଲା ୩ ନୀରିହ ଜୀବନ ।

247

କନକ ବ୍ୟୁରୋ : ଶ୍ମଶାନରେ ଶବଦାହ କରିବାକୁ ଯାଇଥିବାବେଳେ ହେଲା ବଜ୍ରପାତ । ଜୁଇ ଜଳୁଥିବାବେଳେ ବଜ୍ରପାତ ହୋଇ ଜଳିଗଲା ଆମ୍ବଗଛ ସାଙ୍ଗକୁ ଏକ କୁଡା ଭାଡି । ଫଳରେ ୩ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଥିବା ଜଣାପଡିଛି । ସବୁଠାରୁ ସମ୍ବେଦନଶୀଳ ହେଉଛି ମୃତ ମହିଳାଭଙ୍କ ମଧ୍ୟରୁ ଜଣେ ଗର୍ଭବତୀ ଥିଲେ । ସମସ୍ତ ମୃତକ ସ୍ଥାନୀୟ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମଙ୍କ ଘରପାଖ ଲୋକ ବୋଲି ଜଣାପଡିଛି । ଶବଦାହ କରିବାକୁ ଯାଇଥିଲେ ଅଥଚ ଶବ ହୋଇ ଫେରିଲେ ।

ମୟୁରଭଞ୍ଜ କରଞ୍ଜିଆ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମନ୍ତ୍ରୀଙ୍କ ସୁପାରିଶ କ୍ରମେ ମୃତକଙ୍କ ପରିବାରକୁ ୫ ହଜାର ଟଙ୍କା ଓ ଆହତଙ୍କ ଚିକିତ୍ସା ପାଇଁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କରଞ୍ଜିଆ ଏନଏସିର ୧୪ ନମ୍ବର ୱାର୍ଡରେ ଏଭଳି ବଜ୍ରପାତ ହୋଇଛି । ଶବଦାହ କରିବାକୁ ମଶାଣୀକୁ ଯାଉଥିବାବେଳେ ବର୍ଷା ହେବାରୁ ସେମାନେ ଏକ ଆମ୍ବ ଗଛ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ଆମ୍ବ ଗଛ ଉପରେ ବଜ୍ରପାତ ହୋଇଥିଲା । ସେଠାରେ ଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ବାକି ଦୁଇ ଜଣଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତୁୃ୍ୟ ହୋଇଥିଲା । ଆମ୍ବ ଗଛ ଉପରେ ଥିବା କୁଟାଭାଡି ସମ୍ପୂର୍ଣ୍ଣ ଜଳିଯାଇଛି ।