ବଜ୍ରାଘାତ ପଛର କାରଣ କଣ? ବିଜୁଳି ମାରିବାରୁ କେମିତି ବଞ୍ଚିବେ?

685

କନକ ବ୍ୟୁରୋ: ମୟୁରଭଞ୍ଜ କରଞ୍ଜିଆ ଅଞ୍ଚଳରୁ ଆସିଛି ଦୁଃଖଦାୟକ ଖବର । ଶବଦାହ କରିବାକୁ ଯାଇ ବଜ୍ରଘାତରେ ପ୍ରାଣ ହରାଇଛନ୍ତି ୩ ଜଣ ଲୋକ । ତେବେ ଏହା କେବଳ ଗୋଟିଏ ନୁହେଁ । ଏହା ପୂର୍ବରୁ ମଧ୍ୟ ଏମିତି ଅନେକ ଖବର ସାମ୍ନାକୁ ଆସିଛି । ଯେଉଁଥିରେ ବଜ୍ରାଘାତରେ ଯାଇଛି ଅନେକ ଲୋକଙ୍କୁ ଜୀବନ । ତେଣୁ ଆଜି ଆସନ୍ତୁ ଜାଣିବା ବିଜୁଳି ମାରିଲେ କରିବେ କଣ ?

ବିଜୁଳି ମାରିଲେ କରିବେ କ’ଣ?

  • ବଜ୍ରପାତ ସମୟରେ ଘରୁ ବାହାରକୁ ବାହାରନ୍ତୁ ନାହିଁ
  • ବଜ୍ରପାତ ବେଳେ ଛାତ ଘରେ ରହିବା ସବୁଠୁ ସୁରକ୍ଷିତ
  • ମୋବାଇଲ ଭଳି ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ବ୍ୟବହାର କରନ୍ତୁ ନାହିଁ
  • ଝରକା ଏବଂ କବାଟଠୁ ଦୂରେଇ ରୁହନ୍ତୁ
  • ବାହାରେ ଥିଲେ ନଇଁପଡି ଆଣ୍ଠୁକୁ ବଙ୍କା କରି ଛାତିରେ ଲଗାଇ ବସିପଡନ୍ତୁ
  • ନିଜକୁ ଯେତେ ସଙ୍କୁଚିତ କରିପାରିବେ କରି ବସନ୍ତୁ
  • କେକେବି ସିଧାସଳଖ ମାଟି ଉପରେ ଶୁଅନ୍ତୁ ନାହିଁ
  • କାରରେ ଥିଲେ ଗାଡି ଡୋର ବନ୍ଦ କରିଦିଅନ୍ତୁ
  • ପାଣିଠୁ ସର୍ବଦା ଦୁରେଇ ରୁହନ୍ତୁ
  • କାରଣ ପାଣିରେ ଇଲେକ୍ଟ୍ରିସିଟି ପ୍ରବାହ ଶୀଘ୍ର ହୋଇଥାଏ
  • ତେଣୁ ଏହି ସମୟରେ ସାୱାର ଲଗାଇ ଗାଧାନ୍ତୁ ନାହିଁ
  • ବଜ୍ରପାତ ସମୟରେ ପାଣିରେ ପହଁରନ୍ତୁ ନାହିଁ
  • ମେଟାଲ ତଥା ଧାତୁ ସାମଗ୍ରୀକୁ ଛୁଅନ୍ତୁ ନାହିଁ
  • ତାର ବାଡ଼, ସାଇକେଲ, ଗଲ୍ଫ କ୍ଲୁବ୍ସଠୁ ଦୁରେଇ ରୁହନ୍ତୁ
  • ଟିଭି ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ବିଦ୍ୟୁତ୍ ବୋର୍ଡରୁ କାଢିଦିଅନ୍ତୁ

ବଜ୍ରପାତର କାରଣ କ’ଣ?

  • ସମୁଦ୍ରରେ ସ୍ଥଳଭାଗକୁ ଜଳୀୟବାଷ୍ପ ପ୍ରବାହ ହୋଇଥାଏ
  • ଆଂଟି ସାଇକ୍ଲୋନ୍ ଦ୍ୱାରା ଦକ୍ଷିଣ ପୂର୍ବ ଦକ୍ଷିଣ ଦିଗରୁ ପବନ ବୋହିଥାଏ
  • ବାୟୁମଣ୍ଡଳର ଆର୍ଦ୍ରତା ଅଧିକ ରହିଲେ ଏଭଳି ହୋଇଥାଏ
  • ଭୂପୃଷ୍ଠ ଓ ବାୟୁମଣ୍ଡଳର ତଳସ୍ତର ତାତିବା ଯୋଗୁ ଉପରକୁ ଉଠେ
  • ଜଳୀୟବାଷ୍ପ ଉପରକୁ ଉଠିବା ପାଇଁ ଆଉ ଏକ ମାଧ୍ୟମ ପାଲଟେ ଟ୍ରଫଲାଇନ୍
  • ବଙ୍ଗୋପସାଗରରୁ ଉପକୂଳବର୍ତୀ ଜିଲ୍ଲାକୁ ଆର୍ଦ୍ରତା ଥିବା ସାମୁଦ୍ରିକ ପବନ ବହେ