ଗୋଟିଏ ଘରୁ ବାହାରିଲେ ୨୪ ନାଗ ସାପ, ୬୦ ସାପ ଅଣ୍ଡା, ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ

510

କନକ ବ୍ୟୁରୋ: ବିହାରର ବଗହା ମଧୁବନୀ ଅଞ୍ଚଳର ଏକ ଘରୁ ବାହାରିଲେ ୨୪ ଭୟଙ୍କର ନାଗ ସାପ  ଛୁଆ । ତା’ ସହ ୫୦ରୁ ୬୦ ସାପ ଅଣ୍ଡା । ଏହାକୁ ଦେଖିବା ପରେ ଘର ଲୋକେ ଚିକ୍ରାର କରିଥିଲେ । ପଡୋଶୀ ଦୌଡିଆସି ଦେଖିବା ପରେ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଫୋନ କରି ଜଣାଇବାରୁ ଟିମ୍ ଆସି ପହଞ୍ଚି ସାପ ଗୁଡିକୁ ଉଦ୍ଧାର କରି ନେଇ ଗଣ୍ଡକ ନଦୀ କୂଳରେ ଛାଡିଥିଲେ ।

ସୂଚନା ମୁତାବକ, ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ସିଡି ତଳ ଭାଗରେ ଏକ ଡ୍ରେସିଙ୍ଗ ଟେବୁଲ ରଖାଯାଇଥିଲା । ଏହା ତଳେ ସାପ ନିଜ ବସା କରିଥିଲା । ଶୁକ୍ରବାର ଘରର ପିଲାମାନେ ଖେଳୁଥିବାବେଳେ ହଠାତ୍ ଏକ ସାପ ତାଙ୍କ ପାଖ ଦେଇ ଗଲା । ଏହାକୁ ଦେଖି ପିଲାମାନେ ତ୍ତଚିକ୍ରାର କରିଥିଲେ । ସାପକୁ ମାରିବାକୁ ପିଛା କରିବାରୁ ସାପ ଯାଇ ଡ୍ରେସିଙ୍ଗ ଟେବୁଲ ତଳେ ପଶିଯାଇଥିଲା । ଆଉ ଡ୍ରେସିଙ୍ଗ ଟେବୁଲ ତଳେ ଖୋଜିବା ବେଳକୁ ପରିବାର ଲୋକେ ଯାହା ଦେଖିଥିଲେ ସେଥିରେ ତାଙ୍କର ହୋସ୍ ଉଡିଯାଇଥିଲା । ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଫୋନ କରି ଜଣାଇବାରୁ ସବୁ ସାପଙ୍କୁ ଧରାଯାଇଥିଲା ।