Daily Archives

May 16, 2019

ଓଡିଶାରେ ମାତିଛନ୍ତି ଅନ୍ତଃରାଜ୍ୟ ଡକାୟତ୍ ଗ୍ୟାଙ୍ଗ : ଭୁବନେଶ୍ୱର, ବାଙ୍ଗଲୋର, ଗୋଆରେ ଚୋରି କରି ଦିଲ୍ଲୀରୁ ଗିରଫ ହେଲେ…

କନକ ବ୍ୟୁରୋ : ଦିଲ୍ଲୀ ପୋଲିସ ହାତରେ ଧରାପଡିଛନ୍ତି କୁଖ୍ୟାତ ବାଂଲାଦେଶୀ ଡକାୟତ । ୨ ବାଂଲାଦେଶୀ ଡକାୟତଙ୍କୁ ଧରିବା ପରେ ସାମ୍ନାକୁ ଆସୁଛି ସେମାନଙ୍କ ନେଟୱର୍କ ଓ ଲୁଟର ଗୁମର । ଦିଲ୍ଲୀ ପରି ଗୋଆ, ବେଙ୍ଗାଲୁରୁ ଭାୟା ଓଡିଶା ଦେଇ ବେଶ୍ ଚତୁରଚାର ସହ ଚଳାଇଥିଲେ ଗୋଟିଏ ପରେ ଗୋଟିଏ ଡକାୟତି ।…

୪୦ ଡିଗ୍ରି ଉପରେ ୯ ସହରର ତାପମାତ୍ରା : ସୋନପୁର ସବୁଠାରୁ ଉତ୍ତପ୍ତ ସହର

କନକ ବ୍ୟୁରୋ :  ରାଜ୍ୟର ୯ଟି ସହରର ତାପମାତ୍ରା ଗୁରୁବାର ୪୦ ଡିଗ୍ରି ଉପରେ ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋନପୁରରେ ଆଜି ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ସୋନପୁରର ତାପମାତ୍ରା ୪୩.୨ ଡିଗ୍ରି ଥିବାରୁ ମଧ୍ୟାହ୍ଣରେ ରାସ୍ତାଘାଟ ଖାଁ ଖାଁ…

ନିର୍ବାଚନ ଫଳାଫଳ ଆସିବା ଜାତୀୟ ରାଜନୀତି ସରଗରମ : ପୁଣି ଥରେ ମମତାଙ୍କ ପାଇଁ ଏକାଠି ହେଲେ ବିରୋଧୀ, ବିଜେପି ପାଇଁ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନର ଶେଷ ଲଢେଇ ପଶ୍ଚିମବଙ୍ଗରେ ଚାଲିଛି, ଆଉ ଏହା ଉପରେ ପୁରା ଦେଶର ନଜର ଅଟକି ରହିଛି । କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପିର ଶୀର୍ଷ ନେତାଙ୍କ ଭିତରେ ଆରପାର ଲଢେଇ ଚାଲିିଛି । ସବୁ ଜୋର ଲଗାଇ ମମତା ବିଜେପିର ସାମ୍ନା କରୁଛନ୍ତି ତ ପୁରା…

ପଶ୍ଚିମବଙ୍ଗରେ ଲଢେଇ ତୀବ୍ର : ମୋଦି କହିଲେ ପଞ୍ଚଧାତୁରେ ଇଶ୍ୱରଚନ୍ଦ୍ରଙ୍କ ଭବ୍ୟମୂର୍ତ୍ତି ତିଆରି କରିବ ବିଜେପି, ମମତା…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ମମତା-ମୋଦି ଲଢେଇ ତୀବ୍ର ହେବାରେ ଲାଗିଛି । ସମାଜ ସଂସ୍କାରକ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତି ଭାଂଗିବା ଘଟଣା ରାଜନୀତିର ନୂଆ ପ୍ରସଙ୍ଗ ପାଲଟିଛି । ଇଶ୍ୱର ଚନ୍ଦ୍ରଙ୍କ ପଂଚ ଧାତୁରେ ଏକ ଭବ୍ୟମୂର୍ତ୍ତି ବିଜେପି ଗଢ଼ିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି…

ଆକାଶ ମାର୍ଗରୁ ବାଲୁଖଣ୍ଡରେ ହରିଣ ଠାବ କରିବାକୁ ପ୍ରୟାସ : ଅଭୟାରଣ୍ୟରେ ଉଡିଲା ଡ୍ରୋନ, କିଛି ହରିଣଙ୍କ ଛବି ଉତ୍ତୋଳନ…

କନକ ବ୍ୟୁରୋ : ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ବନବିଭାଗର ଡ୍ରୋନ୍ କ୍ୟାମେରାରେ କଏଦ ହୋଇଛନ୍ତି ହରିଣ । କିଛି ଚିତ୍ରା ହରିଣ ଦଳ ହୋଇ ଏକାଠି ଅଭୟାରଣ୍ୟ ଭିତରେ ବିଚରଣ କରୁଛନ୍ତି । ଯାହା ବନବିଭାଗକୁ ଆଶ୍ୱସ୍ତ କରିଛି । ତେବେ ପ୍ରଶ୍ନ ଉଠୁଛି, ବାଲୁଖଣ୍ଡରେ ରହୁଥିବା ୪ ହଜାରରୁ ଅଧିକ ହରିଣ…

ବିମୁଦ୍ରାୟନକୁ ବଳି ଗଲାଣି ବାତ୍ୟା ପରର ସ୍ଥିତି : ଓଡ଼ିଶା ଆପଣେଇବ କେରଳ ମଡେଲ୍, ସରଳ ଆବେଦନ ପତ୍ର ଜରିଆରେ କ୍ଲେମ୍…

କନକ ବ୍ୟୁରୋ : ବାତ୍ୟା ପ୍ରଭାବିତ ଅଂଚଳରେ ଭୁଶୁଡି ପଡିଥିବା ବ୍ୟାଙ୍କିଙ୍ଗ୍ ଓ ଇନ୍ସ୍ୟୁରାନ୍ସ କ୍ଷେତ୍ରକୁ ସଜାଡିବା ଲାଗି ଓଡ଼ିଶା ଆପଣେଇବ କେରଳ ମଡେଲ । ଫଳରେ ସରଳ ଆବେଦନ ପତ୍ର ଜରିଆରେ ଇନସ୍ୟୁରାନ୍ସ କ୍ଲେମ କରାଯାଇପାରିବ । କୋହଳ ସୁଧହାରରେ ଋଣ ମିଳିପାରିବ । ସେପଟେ କଟକ, ଖୋର୍ଦ୍ଧା,…