କନକ ବ୍ୟୁରୋ : ରାଜ୍ୟର ୯ଟି ସହରର ତାପମାତ୍ରା ଗୁରୁବାର ୪୦ ଡିଗ୍ରି ଉପରେ ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋନପୁରରେ ଆଜି ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ସୋନପୁରର ତାପମାତ୍ରା ୪୩.୨ ଡିଗ୍ରି ଥିବାରୁ ମଧ୍ୟାହ୍ଣରେ ରାସ୍ତାଘାଟ ଖାଁ ଖାଁ ଲାଗୁଥିଲା । ସକାଳ ୮ଟାରୁ ଅପରାହ୍ଣ ୪ଟା ଯାଏଁ ବାହାରକୁ ବାହାରିବା ଅସହ୍ୟ ହୋଇ ପଡ଼ିଥିଲା ।
ସୋନପୁର ଅପେକ୍ଷାକୃତ ବଲାଙ୍ଗୀରରେ ସାମାନ୍ୟ ୧ ଡିଗ୍ରି କମ ତାପମାତ୍ରା ଅନୁଭୂତ ହୋଇଥିଲା । ଏଠାକାର ତାପମାତ୍ରା ୪୩.୧ ଡିଗ୍ରି ହୋଇଥିବା ବେଳେ ଟିଟିଲାଗଡ଼ରେ ପାରା ୪୩.୦ ଡିଗ୍ରି ଛୁଇଁଛି । ସେହିପରି ଝାରସୁଗୁଡ଼ାରେ ୪୨.୬ ଡିଗ୍ରି, ସମ୍ବଲପୁରରେ ୪୨.୩ ଡିଗ୍ରି,ହୀରାକୁଦରେ ୪୧.୫ ଡିଗ୍ରି, ଭବାନୀପାଟଣାରେ ୪୧.୫ ଡିଗ୍ରି, ସୁନ୍ଦରଗଡ଼ରେ ୪୦.୦ ଡିଗ୍ରି, ତାଳଚେର: ୪୦.୧ ଡିଗ୍ରି ତାପମାତ୍ରା ରହିଛି ।
ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ସାମାନ୍ୟ କମିଛି । ପରାଦୀପରେ ୩୨.୦ ଡିଗ୍ରି, ଥିବା ବେଳେ ଗୋପାଳପୁରରେ ୩୨.୪ ଡିଗ୍ରି ଥିଲା । ସେହିପରି ଭୁବନେଶ୍ୱରରେ ୩୭.୮ ଡିଗ୍ରି ଓ କଟକରେ ପାରା ୩୭.୫ ଡିଗ୍ରି ପାରା ଛୁଇଁଥିଲା ।