ସିକନ୍ଦରାବାଦରେ ଭୟାବହ ଅଗ୍ନିକାଣ୍ଡରେ ୨ ଓଡ଼ିଆଙ୍କ ମୃତ୍ୟୁ: କଟକ ସତିଚଉରା ଅଞ୍ଚଳର ଚନ୍ଦନ ଜେଠୀ ଓ ପତ୍ନୀ ମିତାଲୀଙ୍କ ମୃତ୍ୟୁ

1,401

କନକ ବ୍ୟୁରୋ: ହାଇଦ୍ରାବର ସିକନ୍ଦରାବାଦରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୨ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସିକନ୍ଦରାବାଦରେ ଥିବା ଏକ ଇଲେକ୍ଟ୍ରି ସ୍କୁଟର ସୋରୁମ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଦମକଳ ବାହିନୀ ନିଆଁକୁ ଆୟତ କରିଥିଲେ ମଧ୍ୟ ୮ଜଣ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ ବାଇକ ଶୋ’ ରୁମ ଉପରେ ଥିବା ଏକ ଲଜରେ ରହିଥିଲେ ୨ଜଣ ଓଡ଼ିଆ । ଏହି ଅଗ୍ନିକାଣ୍ଡରେ ଏମାନଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଜଣ ହେଲେ କଟକ ସତିଚଉରା ଅଂଚଳର ଦମ୍ପତି ଚନ୍ଦନ ଜେଠୀ ଓ ପତ୍ନୀ ମିତାଲୀ ଜେଠୀ । ଚନ୍ଦନ ହାଇଦ୍ରାବାଦର ଏକ ଆଇଟି କମ୍ପାନୀରେ ଚାକିରୀ କରୁଥିଲେ । ତାଙ୍କ ପତ୍ନି ମିତାଲୀ ଏକ ଟ୍ରେନିଂ ପାଇଁ ସିକନ୍ଦରାବାଦ ଆସିଥିଲେ । ସେଠାରେ ଉଭୟ ଏହି ହୋଟେଲରେ ରହୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ପୋଲିସ ମୃତଦେହ ଉଦ୍ଧାର କରିବା ପରେ ପରିବାର ଲୋକଙ୍କୁ ଏନେଇ ସୂଚନା ଦେଇଥିଲା । ମୃତଦେହ ଆଣିବା ପାଇଁ ଚନ୍ଦନଙ୍କ ଭାଇ ସିକନ୍ଦରାବାଦ ଯାଇଛନ୍ତି । ଦୁଇ ବର୍ଷ ପୂର୍ବେ ଚନ୍ଦନ ଓ ମିତାଲୀଙ୍କ ବିବାହ ହୋଇଥିଲା ।