ବନ୍ଦ ପାର୍କରୁ ମିଳିଲା ୨ ମୃତଦେହ : କିପରି ପାର୍କକୁ ଆସିଲେ, ମୃତ୍ୟୁ ହେଲା କେମିତି; ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି

1,003

କନକ ବ୍ୟୁରୋ : ବନ୍ଦ ପାର୍କରେ ମୃତଦେହ । ବ୍ରହ୍ମପୁର ଟାଉନ୍ ଥାନା ଅଞ୍ଚଳରେ ଥିବା ବିଜୁ ପଟ୍ଟନାୟକ ପାର୍କରୁ ମିଳିଲା ଦୁଇଟି ମୃତଦେହ । ମୃତକ ହେଉଛନ୍ତି ରଙ୍ଗା ଅଚାରି ଓ ଜନାର୍ଦ୍ଦନ ରାଓ । ଆଜି ସକାଳେ ଦୁଇ ଜଣଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ ପାର୍କ କର୍ମଚାରୀ । ଏହା ପରେ ପାର୍କ କକର୍ମଚାରୀ ଟାଉନ୍ ଥାନା ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ପାର୍କ ବନ୍ଦ ଥିବା ବେଳେ ଏହି ଦୁଇ ଜଣ ବ୍ୟକ୍ତି ପାର୍କ ଭିତରକୁ କିପରି ଆସିଲେ । ତାଙ୍କର ମୃତ୍ୟୁ କିପରି ହେଲା ତାହା ଅସ୍ପଷ୍ଟ ରହିଛି । ଶରୀରେ କୌଣସି କ୍ଷତନଥିବାରୁ ସନ୍ଦେହ ଅଧିକ ଘନୀଭୂତ ହୋଇଛି ।