ନୁପୂର ଶର୍ମାଙ୍କ ବିବାଦକୁ ନେଇ ରାଉରକେଲାରେ ୧୪୪ ଧାରା ଜାରି: ଏହି ସବୁ ଅଞ୍ଚଳରେ କଟକଣା ଲାଗୁ

174

କନକ ବ୍ୟୁରୋ: ବିଜେପିର ନିଲମ୍ବିତ ମୁଖପାତ୍ର ନୁପୂର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ବିକ୍ଷୋଭ ବେଳେ ହିଂସାକାଣ୍ଡ ଯୋଗୁ ବିଭିନ୍ନ ରାଜ୍ୟରେ କଫ୍ୟୁ ଲାଗୁ ହୋଇଛି । ଏହି ଧାରାରେ ସାମିଲ ହୋଇଛି ଓଡ଼ିଶା । ରାଉରକେଲାରେ ପୋଲିସ ୧୪୪ ଜାରି କରିଛି । ରାଉରକେଲାର ପ୍ଲାଂଟ୍ ସାଇଟ୍, ରଘୁନାଥପାଲ୍ଲୀ, ଉଦିତନଗର, ବନ୍ଧମୁଣ୍ଡା, ବ୍ରାହ୍ମଣୀତରଙ୍ଗ, ଝିରିପାଲି, ସେକ୍ଟାର-୧୫, ବିଶ୍ରା ଓ ଲାଠିପଟା ଥାନା ଅଂଚଳରେ କଟକଣା ଲାଗୁ କରାଯାଇଛି । ହେଲେ ସାଧାରଣ ଚଳପ୍ରଚଳ, ଦୋକାନ, ବଜାର ଖୋଲା ରହିଥିଲେ ବି ଧାର୍ମିକ ସମାବେଶ ଅବା ରାଲି କରିବାକୁ ବାରଣ କରାଯାଇଛି ।

ସେହିପରି ସୋଶିଆଲ ମିଡିଆରେ କୌଣସି ଧର୍ମକୁ ନେଇ ବିବାଦୀୟ ବୟାନ ଦେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛି ପୋଲିସ । ପ୍ରଫେଟ୍ ମହମମ୍ମଙ୍କ ଉପରେ ବିବାଦୀୟ ବୟାନକୁ ନେଇ ଗତ ୧୦ ତାରିଖରେ ସାରା ଦେଶରେ ବିକ୍ଷୋଭ ପଦର୍ଶନ କରାଯାଇôଥବା ବେଳେ ରାଉରକେଲାରେ ମଧ୍ୟ ବିକ୍ଷୋଭ ହୋଇଥିଲ । ହେଲେ ଅନ୍ୟ ରାଜ୍ୟ ବିଶେଷକରି ରାଉରକେଲାଠୁ ପାଖରେ ଥିବା ଝାରଖଣ୍ଡର ରାଜଧାନୀ ରାଂଚିରେ ବିକ୍ଷୋଭବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ରାଂଚିରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ରାଂଚି ରାଉରକେଲାଠୁ ଅଳ୍ପ ଦୂରରେ ଥିବାରୁ ରାଂଚି ହିଂସାକାଣ୍ଡର ପ୍ରଭାବ ଏଠାରେ ପଡିବାର ଆଶଙ୍କା ଥିବାରୁ ପୋଲିସ ଧାରା ୧୪୪ ଜାରି କରିଛି ।