ମେଡାଲ ପରେ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲେ ନୀରଜ ଚୋପ୍ରା। କହିଲେ, ପଦକ ଆଣିବି ବୋଲି ଆଶାରଖିଥିଲି।

95

କନକ ବ୍ୟୁରୋ : ଫିନଲାଣ୍ଡରେ ପଦକ ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରା । ପଦକ ଆଣିବି ବୋଲି ଆଶା ଥିଲା ବୋଲି କହିଛନ୍ତି ସେ । ମୋର ବିଶ୍ୱାସ ଅନୁସାରେ ମୁଁ ପ୍ରଦର୍ଶନ କରିଛି । ଫିିନଲାଣ୍ଡରେ ଅନୁଷ୍ଠିତ ପ୍ରତିଯୋଗିତାରେ ୮୯.୩୦ ମିଟର ଜାଭେଲିନ ଥ୍ରୋ କରି ଜାତୀୟ ରେକର୍ଡ କରିଛନ୍ତି ଅଲମ୍ପିଆନ ନୀରଜ । ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ବଡ ମ୍ୟାଚପୂର୍ବରୁ କିଛି ଖେଳାଳିଙ୍କ ଭଳି ଦେଖାଇ ହୁଏନି । ସେଭଳି କରିବା ବି ଠିକ୍ ନୁହେଁ । ପଦକ ପାଇଁ ମୁଁ ପ୍ରସ୍ତୁତି କରିବା ସହ ବିଶ୍ୱାସ ମଧ୍ୟ ରଖିଥିଲି ତେଣୁ ସେହି ଅନୁସାରେ ମୋତେ ଫଳ ମିଳିଥିବାରୁ ମୁଁ ଯଥେଷ୍ଟ ଖୁସି ରହିଛି ।

ମଙ୍ଗଳବାର ଫିନଲାଣ୍ଡର ଫାଭୋନୁର୍ମୀ ଗେମ୍ସରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି ନୀରଜ । ୮୯.୩୦ ସହ ସେ ନୂଆ ଜାତୀୟ ରେକର୍ଡ ମଧ୍ୟ କରିଛନ୍ତି । ତାଙ୍କ ନାଁରେ ଥିବା ଜାତୀୟ ରେକର୍ଡ ୮୮.୭କୁ ସେ ଭାଙ୍ଗିଛନ୍ତି । ଗତବର୍ଷ ମାର୍ଚ୍ଚ ମାସରେ ସେ ପଟିଆଲାରେ ଏହି ରେକର୍ଡ ହାସଲ କରିଥିଲେ । ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ହାସଲ ପରେ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ପଦକ । ପ୍ରଥମ ଭାରତୀୟ ଆଥଲେଟ ଭାବେ ୮୭.୫୮ ଜାଭଲେନ ଫୋପାଡି ଐତିହାସିକ ପଦକ ଆଣିଥିଲେ ।

ଫିନଲାଣ୍ଡର ଏହି ପ୍ରତିଯୋଗିତାରେ ୮୯.୯୩ ମିଟର ଜାଭଲେନ ଫୋପାଡି ଓଲିଭର ହେଲେଣ୍ଡର ସ୍ୱର୍ଣ୍ଣ ହାସଲ କରିଥିବା ବେଳେ ନୀରଜ ୮୯.୩୦ ସହ ରୌପ୍ୟ ଏବଂ ଆଣ୍ଡରସନ ପେଟର୍ସ ୮୬.୬୦ ମିଟର ଜାଭଲେନ ଫୋପାଡି ବ୍ରୋଞ୍ଜ ପଦକ ହାସଲ କରିଥିଲେ ।