ଉଜ୍ଜୟିନୀ ମହାକାଳ ମନ୍ଦିରରେ ଅଗ୍ନିକାଣ୍ଡ । ବାବାଙ୍କ ଭଷ୍ମ ଆଳତୀ ବେଳେ ଗର୍ଭଗୃହରେ ଲାଗିଲା ନିଆଁ

371

କନକ ବ୍ୟୁରୋ: ସୋମବାର ସକାଳୁ ମଧ୍ୟପ୍ରଦେଶ ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳ ମନ୍ଦିରରେ ଚାଲିଥାଏ ପୂଜାପାଠ । ଗର୍ଭଗୃହରେ ଭସ୍ମ ଆଳତୀ ଚାଲିଥିବାବେଳେ ହଠାତ ଅଗ୍ନିକାଣ୍ଡ ଘଟଣାରେ କୋକୁଆ ଭୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଆଳତୀ ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ସଙ୍ଗେ ସଙ୍ଗେ ଜଣଙ୍କ ପରେ ଜଣେ ପୂଜାରୀ ଦେହରେ ମହାକାଳ ମନ୍ଦିରରେ ଲାଗିଲା ନିଆଁ ଲାଗିବା ଫଳରେ ମୋଟ ୧୪ରୁ ଅଧିକ ଆହତ ହୋଇଛନ୍ତି । ଭକ୍ତଙ୍କ ପ୍ରବଳ ଭିଡ ଥିବାରୁ କିଛି ଜଣ ଆହତ ମଧ୍ୟ ହୋଇଥିବା ସୂଚନା ରହିଛି । ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ।

ହୋଲି ଉତ୍ସବ ପାଇଁ ମନ୍ଦିରରେ ଭିଡ଼ ଜମିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଉଜ୍ଜୟିନୀ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ତେବେ କେଉଁ କାରଣରୁ ଏବଂ କେଉଁ ପଦାର୍ଥ ଯୋଗୁଁ ନିଆଁ ଲାଗିଲା ତାର ତଦନ୍ତ କରାଯିବ ।

ବର୍ତ୍ତମାନ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତ ବିପଦମୁକ୍ତ ଥିବା ଜଣାପଡ଼ିଛି । ସେପଟେ ଘଟଣା ବାବଦରେ ଗୃହମନ୍ତ୍ରୀ ଅମିତ ଶାହା ପଚାରିବୁଝିଛନ୍ତି । ସେପଟେ ସୋସିଆଲ ମିଡିଆ ପୋଷ୍ଟ କରି ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଭଳି ଘଟଣା ଅତ୍ୟନ୍ତ ଦୁଃଖ ଓ ପୀଡାଦାୟକ ବୋଲି ମୋଦୀ କହିଛନ୍ତି ।