ବାହାନଗା ଟ୍ରେନ ଦୁର୍ଘଟଣା : ଧାରଣା ଦେବେ ୧୨ ବିରୋଧୀ ରାଜନୈତିକ ଦଳ

1,501

କନକ ବ୍ୟୁରୋ : ବାଲେଶ୍ୱର ବାହାନଗା ଦୁର୍ଘଟଣା ନେଇ ଧାରଣା ଦେବେ ୧୨ଟି ବିରୋଧୀ ରାଜନୈତିକ ଦଳ । ରେଳ ଦୁର୍ଘଟଣା ପ୍ରସଙ୍ଗ ନେଇ ଭୁବନେଶ୍ୱରର ପୂର୍ବତଟ ରେଳବାଇ କାର୍ଯ୍ୟାଳୟ ସାମାନାରେ ଗଣ ଧାରଣା ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କ ଜରିଆରେ ୧୧ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ।

ରେଳ ଦୁର୍ଘଟଣା ନେଇ କିଛି ଦାବି ରଖିଛନ୍ତି ଏହି ଦଳ । ରେଳ ଦୁର୍ଘଟଣାର ତଦନ୍ତ  ସୁପ୍ରମିକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ  ବିଶେଷଜ୍ଞ ଦଳ ଦ୍ୱାରା ତଦନ୍ତ କରାଯାଉ । ସେହିଭଳି କେନ୍ଦ୍ର ସରକାରଙ୍କ ହାତ ବାରିସୀ ସାଜି ଲୋକଙ୍କ ବିଶ୍ୱାସ ହରାଇଥିବା ସିବିଆଇ ତଦନ୍ତକୁ ପ୍ରତ୍ୟାହାର କରିବାକୁ ଦାବି ରଖିବ ଦଳ । ଏହା ସହିତ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ଦାବି ରଖିବେ ଏହି ୧୨ଟି ବିରୋଧୀ ରାଜନୈତିକ ଦଳ ।