ବାହାବେଦୀରୁ ହସଖୁସିରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା : ଗଛରେ ପିଟି ହେଲା ବରଗାଡି; ହସ୍ପିଟାଲରେ ବରକନ୍ୟା

387

କନକ ବ୍ୟୁରୋ : ଗଛରେ ପିଟି ହେଲା ବରଗାଡି । ବିବାହ ସରିବା ପରେ ବରକନ୍ୟାକୁ ଘରକୁ ଫେରୁଥିଲେ । ଫେରିବା ବାଟରେ ଦୁର୍ଘଟଣା ଘଟିଛି । ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର-ବଲାଙ୍ଗର ୫୭ ନମ୍ବର ଜାତୀୟ ରାଜପଥରେ ଏମିତି ଏକ ଦୁର୍ଘଟଣା ଘଟିଛି । କୃଷି ବିଜ୍ଞାନ କେନ୍ଦ୍ରଠାରେ ଗାଡିଟି ଏକ ଗଛରେ ପିଟି ହୋଇଯାଇଛି ।

ଗାଡିରେ ଥିବା ବର-କନ୍ୟାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ବରକନ୍ୟାଙ୍କ ଅବସ୍ଥା ଗୁରୁତର ରହିଛି । ପ୍ରାଥମିକ ସ୍ତରରେ ସେମାନଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ବରକନ୍ୟାଙ୍କୁ ସମ୍ବଲପୁର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଗାଡିଟି ବଲାଙ୍ଗୀର ପଟୁ ଫେରୁଥିବା ବେଳେ ଏମିତି ଏକ ଦୁର୍ଘଟଣା ଘଟିଛି ।