ବିଚାରପତି ଲୋୟା ମୃତ୍ୟୁ ମାମଲାରେ ହେବନି ଏସଆଇଟି ତଦନ୍ତ : ସ୍ୱତନ୍ତ୍ର ଯାଂଚ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

27

କନକ ବ୍ୟୁରୋ : ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ମାମଲାରେ ଆସିଲା ରାୟ । ଏସଆଇଟି ତଦନ୍ତ ପାଇଁ ମନା କଲେ ସୁପ୍ରିମକୋର୍ଟ । ସିବିଆଇ ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ ବି.ଏଚ. ଲୋୟାଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି । ଏହି ମାମଲାରେ ସ୍ୱତନ୍ତ୍ର ଯାଂଚ ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି ଜଷ୍ଟିସ ଦିପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି ।

ଏହି ଘଟଣାରେ ନ୍ୟାୟ ପାଳିକାକୁ ବଦନାମ କରିବାକୁ ପ୍ରୟାସ କରାଯାଇଛି ବୋଲି ଖଣ୍ଡପୀଠ କହିଛନ୍ତି । ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ଘଟଣାର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସଆଇଟି ଦ୍ୱାରା ନିରପେକ୍ଷ ତଦନ୍ତ କରାଇବା ପାଇଁ ଆବେଦନ ହୋଇଥିଲା । କଂଗ୍ରେସ ନେତା ତହସିନ ପୁନାୱାଲା, ସାମ୍ବାଦିକ, ବି.ଏସ ଲୋନେ ଓ ବମ୍ବେ ଓକିଲ ସଙ୍ଘ ସହ ଅନ୍ୟ କେତେଜଣ ମଧ୍ୟ ଜଷ୍ଟିସ ଲୋୟାଙ୍କ ମୃତ୍ୟୁର ଏସଆଇଟି ତଦନ୍ତ ପାଇଁ ଆବେଦନ କରିଥିଲେ । ତେବେ ଏହା ପୂର୍ବରୁ ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସନ୍ଦେହଜନକ ଖବରକୁ ମିଥ୍ୟା ବୋଲି କହିଥିଲେ ଆଟର୍ଣ୍ଣି ଜେନରାଲ ମୁକୁଲ ରୋହତଗି ।