ଫେସବୁକ ଓ ଟ୍ୱିଟରରେ ଆଉ ଖୋଲିହେବ ନାହିଁ ଫେକ୍ ଆକାଉଂଟ ! ଆସିଗଲା ନୂଆ ସିଷ୍ଟମ୍, ଫେକ୍ ଆକାଉଂଟଧାରୀଙ୍କ ଉପରେ ରହିବ କଡ଼ା ନଜର

41

ବୈଜ୍ଞାନିକମାନେ ଏକ ନୂଆ ଲଗାରିଦମ୍ ନିର୍ମାଣ କରିଛନ୍ତି । ଏଥିରେ ସୋସିଆଲ ନେଟୱର୍କିଂ ସାଇଟ୍ ଯେପରି ଫେସବୁକ୍ ଓ ଟ୍ୱଟିରରେ ଫେକ୍ ଆକାଉଂଟର ପତ୍ତା ଲଗାଯାଇପାରିବ । ସୂଚନା ଅନୁସାରେ ଫେକ୍ ଆକାଉଂଟଧାରୀ ନେଟୱର୍କରେ ଥିବା ଅନ୍ୟ ଆକାଉଂଟଧାରୀଙ୍କ ପାଇଁ କିଛି ଖରାପ ଲିଙ୍କ ତିଆରି କରନ୍ତି ।ଇସ୍ରାଏଲ ୟୁନିଭର୍ସିଟିର ଜଣେ ବିଶେଷଜ୍ଞଙ୍କ କହିବା ଅନୁସାରେ , ନିକଟରେ ଆସିଥିବା ୟୁଜରଙ୍କ ପ୍ରାଇଭେସି ସହ ଜଡ଼ିତ ମାମଲାରେ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ କରାଯାଇଥିଲା । ଏପରି ପରିସ୍ଥତିରେ ଫେକ୍ ୟୁଜରଙ୍କୁ ଚିହ୍ନଟ କରିବା ସବୁଠାରୁ ମହତ୍ୱପୂର୍ଣ୍ଣ । ସେ କହିଛନ୍ତି, ଆମେ ଲଗାରିଦମର ଟେଷ୍ଟ କରିଥିଲୁ ଏବଂ ୧୦ଟି ଭିନ୍ନ ଭିନ୍ନ ସୋସିଆଲ ନେଟୱର୍କ ଉପରେ ରିୟଲ-ୱାଲଡ଼ ଡାଟା ସେଟ କରିଯାଇଥିଲା । ଆଉ ଏହି ଲଗାରିଦମ ଭଲ ପ୍ରଦର୍ଶନ କରିପାରିଛିି ।

ବିଶେଷଜ୍ଞଙ୍କ ମତ ଅନୁସାରେ ଏହି ଲଗାରିଦମ ବାସ୍ତବ ଜୀବନ ବନ୍ଧୁତା ଓ ଫେକ୍ ୟୁଜରଙ୍କୁ ସହଜରେ ଜିହ୍ନଟ କରିପାରିବ । ତିଆରି ହୋଇଥିବା ଲଗାରିଦମ୍ ଟ୍ୱିଟର ପାଇଁ ମଧ୍ୟ ସମାନ ଭାବରେ କାମ କରିବ । ସୂଚନାଯୋଗ୍ୟ କେମ୍ବ୍ରିଜ୍ ଆନାଲିଟିକା ଭଳି କମ୍ପାନୀ ଜରିଆରେ ବ୍ୟକ୍ତିଗତ ତଥ୍ୟ ଚୋରି କରାଯାଇ ରାଜନୈତିକ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଉଥିବାର ଅଭିଯୋଗ କରାଯାଇଥିଲା । ଏହି ଘଟଣାରେ ପୂର୍ବରୁ ଦୋଷ ସ୍ୱୀକାର କରିଥିଲେ ଜୁକରବର୍ଗ । ଏନେଇ ଆମେରିକା କଂଗ୍ରେସରେ ମଧ୍ୟ ଭୁଲ୍ ମାଗିଥିଲେ । ଆଗକୁ ତଥ୍ୟ ଚୋରିକୁ ରୋକିବାକୁ ସମସ୍ତ ପ୍ରକାର ଫେସବୁକ୍ ପଦକ୍ଷେପ ନେବ ବୋଲି ଆଶ୍ୱାସନା ଦେଇଥିଲେ । ଏ ନେଇ ଆମେରିକା କଂଗ୍ରେସକୁ ପ୍ରତିଶ୍ରୁତି ଦେଇଥିଲେ ଫେସବୁକ ମୁଖ୍ୟ ଜୁକରବର୍ଗ ।

ସୂଚନା ଅନୁସାରେ ଫେସବୁକରେ ବର୍ତ୍ତମାନ ୨.୧ ବିଲିୟନ୍ ଗ୍ରାହକ ଆକ୍ଟିଭ ଅଛନ୍ତି । ଏଥିରେ ୧.୪ ବିଲିୟନ ଲୋକ ପ୍ରତିଦିନ ଫେସବୁକ୍ ବ୍ୟବହାର କରନ୍ତି । ସୋସିଆଲ ନେଟୱର୍କ ଯୋଗୁଁ ଲୋକେ ନିୟମିତ ରୂପରେ ନିଜର ଭାବନା, ବିଚାର, ଫଟୋ, ଭିଡ଼ିଓ ଆଦି ଶେୟାର କରନ୍ତି । ତେବ ଏପରି ଡାଟାକୁ କେହି ବି ଚୋରି କରିବାର ସମ୍ଭାବନା ରହିଛି । ଆଉ ଅପବ୍ୟବହାରର ମଧ୍ୟ ସମ୍ଭବାନା ରହିଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏବେ ତିଆରି ହୋଇଛି ସ୍ୱତନ୍ତ୍ର ଲଗାରିଦମ୍ ।