ନୀଳାଦ୍ରି ବିଜେ ସମୟରେ ବିଶୃଙ୍ଖଳା କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଗଠନ ହେଲା ୨ ଜଣିଆ ଟିମ୍

26

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ସମୟରେ ବିଶୃଙ୍ଖଳା ଓ ଜିଲ୍ଲାପାଳଙ୍କୁ ହତ୍ୟା ଧମକ ଘଟଣାରେ ଅଭଯୁକ୍ତଙ୍କୁ ଗିରଫ ପାଇଁ ଗଠନ ହେଲା ଦୁଇଟି ଟିମ୍ । ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଟିମ୍ ଗଠନ କରାଯାଇଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ସେପଟେ ନୀଳାଦ୍ରି ବିଜେ ସମୟରେ ବିଶୃଙ୍ଖଳା ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଗିରଫ ୬ଜଣ ସେବାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନେ ହେଲେ ମଦନ ଖୁଂଟିଆ, ବାବୁ ଖୁଂଟିଆ, ବାବନ ଖୁଂଟିଆ, ଶଙ୍କର ପଲଙ୍କଧାରୀ, ବିପିନ ପତ୍ରୀ ଓ ପୁପୁନ ମହାପାତ୍ର।

ରବିବାର ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସମୟରେ ପ୍ରଶାସନର କଟକଣା ନମାନି ରଥ ଉପରେ ଚଢିଥିଲେ କେତେକ ସେବାୟତ ପରିବାର ସଦସ୍ୟ । ଏହାକୁ ନେଇ ପ୍ରଶାସନ ସହ ମୁହାଁମୁହିଁ ହୋଇଥିଲେ ସେବାୟତ । ଫଳରେ ମହାପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ବିଳମ୍ବିତ ହୋଇଥିଲା । ପରେ ସାମ୍ବାଦିକମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ସେବାୟତ।

ଏହା ସହ ଜଗନ୍ନାଥଙ୍କ ନୀତି ସହ ଖେଳ ଖେଳିଲେ ଛଡା ଯିବନି : ପୁରୀ ଜିଲ୍ଲାପାଳ