ନୟାଗଡ : ନୟାଗଡରେ କଲେଜ ଛାତ୍ରଙ୍କୁ ରାଗିଂ ଘଟଣାରେ ସଂପୃକ୍ତ ୩ ଛାତ୍ରଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ କୋର୍ଟରେ ହାଜର କରାଇଛି ପୋଲିସ । ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ହାଜର କରାଯାଇଥିଲା । ତେବେ ସେମାନଙ୍କ ଜାମିନ ଆବେଦନକୁ ମାନ୍ୟବର କୋର୍ଟ ସ୍ଥଗିତ ରଖିବା ସହ ସେମାନଙ୍କୁ ବାଳ ସ୍ୱଧାର ଗୃହକୁ ପଠାଇ ଦେଇଛନ୍ତି । ପୋଲିସ ସହାୟତାରେ କିଛି ଦିନ ପାଇଁ ସେମାନଙ୍କୁ ଅନୁଗୁଳ ସ୍ଥିତ ବାଳ ସ୍ୱଧାର ଗୃହକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଚରିତ୍ର ସୁଧାର ସହ ସୁରକ୍ଷା ଦୃଷ୍ଟିରୁ କୋର୍ଟ ଏହିଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। କିଛି ଦିନ ପରେ ସେମାନଙ୍କ ଜାମିନ ଆବେଦନ ସଂପର୍କରେ ବିଚାର କରାଯିବ ବୋଲି କମିଟି ସଦସ୍ୟ କହିଛନ୍ତି। ଏହି ମାମଲାରେ କଲେଜ କର୍ତୃପକ୍ଷଙ୍କର କିଛି ସଂପୃକ୍ତି ରହିଛି କି ନା, ସେନେଇ ମଧ୍ୟ ପୋଲିସ ଖୋଳତାଡ ଆରମ୍ଭ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ନୟାଗଡରେ ଯୁକ୍ତ ୨ ବିଜ୍ଞାନ ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରଙ୍କୁ ଅତି ଅମାନବୀୟ ଭାବେ ୩ଜଣ ସହପାଠୀ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ନୟାଗଡର ଏକ ଘରୋଇ ଆବାସିକ ମହାବିଦ୍ୟାଳୟର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡିତ ଛାତ୍ରଙ୍କୁ ତାଙ୍କର ୩ ଜଣ ସହପାଠୀ ବାଡେଇବା, ଚେଙ୍କଦେବା, ବସଉଠ କରାଇବା, ପାନିଆରେ ଜଙ୍ଘକୁ ଆଘାତ ଦେବା ସହ ଶରୀରର ବିଭିନ୍ନ ସ୍ଥାନକୁ କାମୁଡିବା ପରି ଅଭିଯୋଗ ହୋଇଛି।
ଏହା ସହ ନୟାଗଡରେ ରାଗିଂର ନଗ୍ନ ଚିତ୍ର : ସିନିୟରଙ୍କ ବିରୋଧରେ ଜୁନିୟର ଛାତ୍ରଙ୍କ ଅଭିଯୋଗ