ସମ୍ବାଦଗ୍ରୁପର ଆଇନ୍ ବିଭାଗ ଜିଏମ ଅନିରୁଦ୍ଧ ଆଚାର୍ଯ୍ୟଙ୍କ ପରଲୋକ : ପୁରୀରେ ଶେଷକୃତ୍ୟ ସମ୍ପନ୍ନ

23

କନକ ବ୍ୟୁରୋ : ସମ୍ବାଦଗ୍ରୁପର ଆଇନ୍ ବିଭାଗ ଜିଏମଙ୍କ ପରଲୋକ । ଗତକାଲି ରାଉରକେଲା ଆଇଜିଏଚରେ ଅନିରୁଦ୍ଧ ଆଚାର୍ଯ୍ୟଙ୍କର ପରଲୋକ ହୋଇଛି । ଆଜି ଭୋରରୁ ପୁରୀ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।  ସ୍ୱର୍ଗତ ଆଚାର୍ଯ୍ୟଙ୍କ ବଡ ପୁଅ ସଂଜୟ ଆଚାର୍ଯ୍ୟ ମୁଖାଗ୍ନି ଦେଇଛନ୍ତି ।

ଗତ ସେପ୍ଟେମ୍ବର ୧୩ ତାରିଖରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ସେଠାରେ ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା । ପରେ ତାଙ୍କୁ ରାଉରକେଲା ଆଇଜଇଏଚକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ଗତକାଲି ସେ ଶେଷନିସ୍ୱାଶ ତ୍ୟାଗ କରିଛନ୍ତି ।