‘କୁଙ୍ଗ୍-ଫୁ ୟୋଗା’ ସିନେମାର ପ୍ରଚାର ପାଇଁ ମୁମ୍ବାଇ ଆସିବେ ସୁପରଷ୍ଟାର ଜ୍ୟାକି ଚାନ

66

ମୁମ୍ବାଇ ଆସୁଛନ୍ତି ସୁପରଷ୍ଟାର ଜ୍ୟାକି ଚାନ । ଆସନ୍ତା ସପ୍ତାହ ଅଭିନେତା ସୋନୁ ସୁଦ ମୁମ୍ବାଇରେ ଆନ୍ତର୍ଜାତିକ ସୁପରଷ୍ଟାର ଜ୍ୟାକି ଚାନଙ୍କର ଅତିଥି ସତ୍କାର କରିବେ । ସୋନୁ ସୁଦ ଓ ଜ୍ୟାକି ଚାନଙ୍କ ଆଗାମୀ ସିନେମା ‘କୁଙ୍ଗ୍-ଫୁ ୟୋଗା’ କଥା ବହୁତ ଆଗରୁ ଚର୍ଚ୍ଚା ଚାଲିଛି । ଏବେ ‘କୁଙ୍ଗ୍-ଫୁ ୟୋଗା’ ସିନେମାର ସୁଟିଂ ଶେଷ ହେବା ସହ ୩ ଫେବୃଆରୀରେ ଏହା ଭାରତରେ ହେବ ରିଲିଜ ।

‘କୁଙ୍ଗ୍-ଫୁ ୟୋଗା’ ସିନେମାର ପ୍ରଚାର ପାଇଁ ଜ୍ୟାକି ଚାନ ମୁମ୍ବାଇ ଆସୁଛନ୍ତି କିନ୍ତୁ ଏହା ପୂର୍ବରୁ ସୋନୁ ସୁଦ ଯିବେ ବେଜିଂ । ସୋନୁ ସେଠାରେ ‘କୁଙ୍ଗ୍-ଫୁ ୟୋଗା’ ର ପ୍ରଚାର କରିବେ ଓ ପରେ ଜ୍ୟାକିଙ୍କ ସହ ମୁମ୍ବାଇ ଆସିବେ ।

ନିକଟରେ ଦୀପିକା ପାଦୁକୋନଙ୍କ ନିମନ୍ତ୍ରଣରେ ଆମେରିକାନ ତାରକା ବିନ ଡିଜେଲ ମୁମ୍ବାଇ ଆସିଥିଲେ । ନିକଟରେ ଉଭୟଙ୍କ ସିନେମା “ଏକ୍ସଏକ୍ସଏକ୍ସ: ଦ ରିଟର୍ଣ୍ଣ ଅଫ ଜାଣ୍ଡର କେଜ’ ପ୍ରଥମେ ଭାରତର ରିଲିଜ ହୋଇଯାଇଛି । ଏଥିରୁ ଜଣାପଡୁଛି ବିଦେଶୀ କଳାକାର ସେଠାକାର ନିର୍ମାତା ମଧ୍ୟ ଅନୁଭବ କରୁଛନ୍ତି କି ଭାରତର ସିନେ ମାର୍କେଟ ସେମାନଙ୍କ ପାଇଁ ମଧ୍ୟ ବହୁତ ଜରୁରୀ ।