କନକ ବ୍ୟୁରୋ: ତାତିରୁ ମିଳିଲା ନିସ୍ତାର । ରାଜ୍ୟରେ ଆରମ୍ଭ ହେଲା ପ୍ରାକ୍ ମୌସୁମୀ ବର୍ଷା । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ବିଶେଷ କରି ଉତ୍ତର-ପୂର୍ବ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଛି । ଏହି ଲଘୁଚାପ ଓଡିଶାରେ ମୌସୁମୀ ପ୍ରବେଶକୁ ତ୍ୱରାନ୍ୱିତ କରିବ । ଯାହାଦ୍ୱାରା ୪୮ ଘଂଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସମ୍ଭାବନା ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ମୌସୁମୀ ଛୁଇଁବା ପରେ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ପୂର୍ବାନୁମାନ କରାଯାଇଛି । ଏପରିକି ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ଝଡ଼ ତୋଫାନ ମଧ୍ୟ ହୋଇପାରେ ବୋଲି ଆଶଙ୍କା କରିଛି ପାଣିପାଗ କେନ୍ଦ୍ର ।