ଲକ୍ଷ୍ନୌରେ ନଦୀ ଭିତରକୁ ଖସିଲା ବରଯାତ୍ରୀ ଭର୍ତ୍ତି ପିକଅପ୍ ଭ୍ୟାନ୍ ! ୭ ଶିଶୁ ନିଖୋଜ , ୨୨ ଯାତ୍ରୀ ସୁରକ୍ଷିତ ଉଦ୍ଧାର , ଉଦ୍ଧାରକାର୍ଯ୍ୟ ଜାରି

117

ଉତ୍ତରପ୍ରଦେଶର ଲକ୍ଷ୍ନୌରେ ବରଯାତ୍ରୀ ଗାଡିକୁ ନେଇ ଯାଉଥିବା ପିକଅପ ଭ୍ୟାନ ନଦୀକୁ ଖସିପଡିଛି । ଏଥିରେ ଥିବା ୨୨ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୭ ଜଣ ଶିଶୁକୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଂଚିଛନ୍ତି ।  ଉଦ୍ଧାରକାରୀ ଦଳ ନିଖୋଜ ଶିଶୁଙ୍କୁ  ଖୋଜିବା କାମକୁ ଜୋରଦାର କରିଛି । ଏକ ଭୋଜିରେ ଯୋଗଦେଇ ପିକଅପ ଭ୍ୟାନରେ କିଛି ମହିଳା ଓ ଶିଶୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ।

ନିଶାଦ୍ରବ୍ୟ ସେବନ କରି  ଡ୍ରାଇଭର ଗାଡି ଚଳାଉଥିବାରୁ  ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏନଡିଆରଏଫ ଟିମ ବି ଉଦ୍ଧାର କାମରେ ଲାଗିଛି । ସ୍ଥାନୀୟ ଲୋକ ଏଥିରେ ସହାୟତା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାମର ତଦାରଖ କରିବାକୁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ପିକଅପ ଭ୍ୟାନରେ ମୋଟ ୨୯ ଜଣ ଯାତ୍ରୀ ଥିଲେ  । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ଉଦ୍ଧାର କରାଯାଇଛି  ଓ ୭ ଜଣ ଶିଶୁ ଏବେ ବି ନିଖୋଜ ଅଛନ୍ତି ।