ଆଇପିଏଲ ନିଲାମୀରେ ଭାରତୀୟ ଖେଳାଳିଙ୍କ ରାଜ! ବିକ୍ରି ହେଲେନି ୟର୍କର ମ୍ୟାନ ମାଲିଙ୍ଗା, ଜାଣନ୍ତୁ କେଉଁ ଖେଳାଳି କେତେ ଟଙ୍କାରେ ହୋଇଛନ୍ତି ବିକ୍ରି

76

ଆଇପିଏଲ-୧୧ ପାଇଁ ଆରମ୍ଭ ହୋଇଛି ଖେଳାଳି ନିଲାମୀ । ବାଙ୍ଗାଲୋରରେ ହେଉଥିବା ନିଲାମୀରେ ମୋଟ ୫୭୮ ଜଣ ଖେଳାଳୀଙ୍କ ନିଲାମୀ ଚାଲିଛି । ଏଥିମଧ୍ୟରୁ ଭାରତର ୩୬୦ ଜଣ ଖେଳାଳି ଥିବା ବେଳେ ୨୧୮ ଜଣ ବିଦେଶୀ ଖେଳାଳି ରହିଛନ୍ତି । ତେବେ ନିଲାମୀର ପ୍ରଥମ ସେସନରେ ଇଂଲଣ୍ଟର ବେନ ଷ୍ଟୋକ୍ସଙ୍କୁ ୧୨.୫୦ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ । ଏହାଛଡା ଭାରତୀୟ ଖେଳାଳି କେ.ଏଲ ରାହୁଲ ଓ ମନୀଷ ପାଣ୍ଡେଙ୍କ ଭାଗ୍ୟ ଚଳିତଥର ଚମକିଛି । ଉଭୟ ଖେଳାଳି ୧୧ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୟର୍କର ମ୍ୟାନ ଲାସିଥ ମାଲିଙ୍ଗାକୁ କୌଣସି ଦଳ କିଣିବାକୁ ମନ ବଳାଇନାହାନ୍ତି । ସେହିପରି ଭାରତୀୟ ବୋଲର ଇଶାନ୍ତ ଶର୍ମାଙ୍କୁ ମଧ୍ୟ କୌଣସି ଟିମ କିଣିନାହିଁ । ତେବେ ଯୁବରାଜଙ୍କ ଉପରେ ଭରଷା କରିଛି ପଞ୍ଜାବ ଟିମ୍ ।

କାହାର ଦାମ କେତେ:
ଦିଲ୍ଲୀ ଡେୟାରଡେଭିଲସ:
ଜେସନ ରୟ ( ଇଂଲଣ୍ଡ) : ୧.୬ କୋଟି, ଗୌତମ ଗମ୍ଭୀର(ଭାରତ) ୨.୮ କୋଟି, ଗ୍ଲେନ ମ୍ୟାକ୍ସୱେଲ(ଅଷ୍ଟ୍ରେଲିଆ): ୯ କୋଟି, ଅମିତ ମିଶ୍ରା (ଭାରତ): ୪ କୋଟି, କାଗିସୋ ରବାଡା(ଦକ୍ଷିଣ ଆଫ୍ରିକା): ୪.୨ କୋଟି, ମହମ୍ମଦ ସାମି(ଭାରତ): ୩ କୋଟି, କଲିନ ମୁନରୋ(ନ୍ୟୁଜିଲାଣ୍ଡ): ୧.୯ କୋଟି,
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର :
ମ୍ୟାକକୁଲମ (ନ୍ୟୁଜଲାଣ୍ଡ) : ୩.୬ କୋଟି, କ୍ରିସ ୱକ୍ସ(ଇଂଲଣ୍ଡ): ୭.୪ କୋଟି, ଡି ଗ୍ରାଣ୍ଟହୋମ(ନ୍ୟୁଜିଲାଣ୍ଡ) ୨.୨ କୋଟି, ମୋଇନ ଅଲ୍ଲୀ(ଇଂଲଣ୍ଡ): ୧.୭ କୋଟି, କ୍ୱିଣ୍ଟନ ଡି କକ୍(ଦକ୍ଷିଣ ଆଫ୍ରିକା): ୨.୮ କୋଟି, ଉମେଶ ଯାଦବ(ଭାରତ): ୪.୨ କୋଟି, ଚହଲ(ଭାରତ): ୬ କୋଟି,
କିଙ୍ଗସ ଇଲେଭେନ ପଞ୍ଜାବ:
ଡେଭିଡ ମିଲର(ଦକ୍ଷିଣ ଆଫ୍ରିକା): ୩ କୋଟି, ଏରୋନ ଫିଞ୍ଚ (ଅଷ୍ଟ୍ରେଲିଆ): ୬.୨ କୋଟି, ଲୋକେଶ ରାହୁଲ (ଭାରତ): ୧୧ କୋଟି, କରୁଣ ନାୟାର(ଭାରତ): ୫.୬ କୋଟି, ଯୁବରାଜ ସିଂହ(ଭାରତ) : ୨ କୋଟି, ଆର.ଅଶ୍ୱିନ(ଭାରତ): ୭.୬ କୋଟି,ମାକର୍ସ ଷ୍ଟୋନିସ(ଅଷ୍ଟ୍ରେଲିଆ): ୬.୨ କୋଟି,
ସନ ରାଇଜର୍ସ ହାଇଦ୍ରାବାଦ:
ସାକିବ ଅଲ ହାସନ(ବାଂଲାଦେଶ): ୨ କୋଟି, କେନ ୱିଲୟମସ(ନ୍ୟୁଜିଲାଣ୍ଡ): ୩ କୋଟି,ଶିଖର ଧୱନ (ଭାରତ): ୫.୨ କୋଟି, ମନୀଷ ପାଣ୍ଡେ(ଭାରତ): ୧୧ କୋଟି, ରଶିଦ ଖାନ(ଆଫଗାନିସ୍ତାନ): ୯ କୋଟି, ରିଦ୍ଧିମାନ ଶାହା (ଭାରତ): ୫ କୋଟି, ୟୁସୁଫ ଫଠାନ(ଭାରତ): ୧.୯ କୋଟି, କାଲର୍ସ ବ୍ରାର୍ଥୱେଟ(ୱେଷ୍ଟଇଣ୍ଡିଜ): ୨ କୋଟି,
ଚେନ୍ନାଇ ସୁପର କିଙ୍ଗସ:
ହରଭଜନ ସିଂହ( ଭାରତ): ୨ କୋଟି, ଫାଫ୍ ଡୁ ପ୍ଲେସିସ(ଦକ୍ଷିଣ ଆଫ୍ରିକା): ୧.୬ କୋଟି, ଡ୍ୱେନ ବାଭ୍ରୋ(ୱେଷ୍ଟଇଣ୍ଡିଜ): ୬.୪ କୋଟି, କର୍ଣ୍ଣ ଶର୍ମା(ଭାରତ): ୫ କୋଟି, ଇମ୍ରାନ ତାହିର(ଦକ୍ଷିଣ ଆଫ୍ରିକା): ୧ କୋଟି, ଅମ୍ବାତି ରାୟଡୁ(ଭାରତ): ୨.୨ କୋଟି, ସେନ ୱାଟସନ(ଅଷ୍ଟ୍ରେଲିଆ): ୪ କୋଟି, କେଦାର ଯାଦବ (ଭାରତ): ୭.୮ କୋଟି
କୋଲକାତା ନାଇଟ ରାଇଡର୍ସ:
ମିଚେଲ ଷ୍ଟାର୍କ(ଅଷ୍ଟ୍ରେଲିଆ): ୯.୪ କୋଟି, କ୍ରିସ ଲିନ(ଅଷ୍ଟ୍ରେଲିଆ): ୯.୬ କୋଟି, ପୀୟୁଷ ଚାୱଲା(ଭାରତ): ୪.୨ କୋଟି, ରବିନ ଉଥପ୍ପା(ଭାରତ): ୬.୪ କୋଟି, ଦିନେଶ କାର୍ତ୍ତିକ(ଭାରତ): ୭.୪ କୋଟି, କୁଳଦୀପ ଯାଦବ(ଭାରତ): ୫.୮ କୋଟି,
ରାଜସ୍ଥାନ ରୟାଲ୍ସ:
ଅଜିଙ୍କ୍ୟ ରାହାଣେ(ଭାରତ): ୪କୋଟି, ବେନ ଷ୍ଟୋକସ(ଇଂଲଣ୍ଡ): ୧୨.୫ କୋଟି,ଷ୍ଟୁଆର୍ଟ ବିନ୍ନି(ଭାରତ): ୫୦ ଲକ୍ଷ, ସଞ୍ଜୁ ସାମସନ(ଭାରତ): ୮ କୋଟି, ଜୋସ ବଟଲର(ଇଂଲଣ୍ଡ): ୪.୪ କୋଟି,
ମୁମ୍ବାଇ ଇଣ୍ଡିଆନ୍ସ:
କିରଣ ପୋଲାର୍ଡ(ୱେଷ୍ଟଇଣ୍ଡିଜ): ୫.୪ କୋଟି,ପ୍ୟାଟ କମିନସ: ୫.୪ କୋଟି, ମୁସ୍ତାଫଜୁର ରେହମାନ(ବାଂଲାଦେଶ): ୨.୨ କୋଟି, ସୂର୍ଯ୍ୟ କୁମାର ଯାଦବ(ଭାରତ): ୩.୨ କୋଟି
ତେବେ ଦ୍ରୁତ ବୋଲର ମିଚେଲ ଜନସନ, ଭାରତୀୟ ବ୍ୟାଟସମ୍ୟାନ ପାର୍ଥିବ ପଟେଲ, ମାର୍ଟିନ ଗୁପ୍ଟିଲ, ହାସିମ ଆମଲା, ମୁରଲୀ ବିଜୟ ଜୋ ରୁଟଙ୍କ ଭଳି ଆର୍ନ୍ତଜାତୀୟ ଖେଳାଳୀଙ୍କୁ କୌଣସି ଦଳ କିଣିନାହାନ୍ତି ।