ଏକ ରାଷ୍ଟ୍ର, ଏକ ନିର୍ବାଚନର ସର୍ବଦଳୀୟ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ଗଲେ ନବୀନ

97

କନକ ବ୍ୟୁରୋ : ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେ ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ କରିବେ । ତେବେ ଏହି ବୈଠକରେ ଯୋଗଦେବେ ନାହିଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲୁଗୁ ଦେଶମ ପାର୍ଟି ମୁଖ ଚନ୍ଦ୍ରବାବୁ ନାଇଡୁ ।

ଏହି ବୈଠକ ମୋଦି ଅତ୍ୟନ୍ତ ତରବରିଆ ଭାବେ ଡକାଇଥିବାରୁ ସେ ଯୋଗ ଦେବେ ନାହିଁ ବୋଲି ମମତା କହିଛନ୍ତି । ସେ କହିଛନ୍ତି, ବୈଠକ ପୂର୍ବରୁ ସମ୍ବିଧାନ ବିଶେଷଜ୍ଞଙ୍କ ମତ ନିଅନ୍ତୁ କେନ୍ଦ୍ର ସରକାର ତେବେ ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାକୁ ଥିବାବେଳେ ଏହାକୁ ମମତାଙ୍କ ବର୍ଜନ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଲଗାତାର ଦ୍ୱିତୀୟ ଥର ଲାଗି ମମତା ବାନାର୍ଜୀ ମୋଦିଙ୍କ କୌଣସି ବୈଠକରେ ସାମିଲ ହୋଇନାହାନ୍ତି ।

ତେବେ ଏକକ ନିର୍ବାଚନ ନେଇ ବିରୋଧୀଙ୍କ ପକ୍ଷ ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ଆଜି ସକାଳେ କଂଗ୍ରେସର ବୈଠକ ବସି ଏ ନେଇ ରଣନୀତି ଓ ଏଜେଣ୍ଡା ପ୍ରସ୍ତୁତ କରାଯିବ । ଏହାଛଡା ରାହୁଲ ଗାନ୍ଧିଙ୍କ ଆଜି ଜନ୍ମଦିନ ହୋଇଥିବାରୁ ସେ ବୈଠକରେ ସାମିଲ ହେବେ ନା ନାହିଁ  ।