ଗ୍ୟାଙ୍ଗଷ୍ଟର ଟିଟୋର ଦିଲାରପୁର ଘର ଉପରେ କ୍ରାଇମବ୍ରାଂଚ ରେଡ୍: ଦୁଇ ଭାଇ ଓ ଶଢୁକୁ ରାତିଅଧିଆ ଉଠାଇନେଲା ଏସଟିଏଫ

285

କନକ ବ୍ୟୁରୋ: କ୍ରାଇମବ୍ରାଂଚ ରାଡାରରେ ଗ୍ୟାଙ୍ଗଷ୍ଟାର ଟିଟୋର ସମ୍ପର୍କୀୟ ଭାଇ । କେନ୍ଦ୍ରାପଡା ଦିଲାରପୁର ସ୍ଥିତ ବାସଭବନରୁ ଟିଟୋର ୨ ସମ୍ପର୍କୀୟ ଭାଇଙ୍କୁ ଉଠାଇନେଇଛି କ୍ରାଇମବ୍ରାଂଚ । ଟିଟୋର ବେଆଇନ ଅର୍ଥ କାରବାର ସମ୍ପର୍କିତ ମାମଲା ଓ ଅନ୍ୟ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗରେ ଏମାନଙ୍କୁ ଉଠାଇନେଇଛି କ୍ରାଇମବ୍ରାଂଚ । ଗତକାଲି ବିଳମ୍ବିତ ରାତିରେ କ୍ରାଇମବ୍ରାଂଚ ଚଢାଉ କରି ଉଭୟଙ୍କୁ ଉଠାଇନେଇଥିବା ସୂଚନା ରହିଛି ।