କଳାହାଣ୍ଡି ଜୁନାଗଡରେ ଅଭବାନୀୟ ଘଟଣା ! ମହିଳାଙ୍କୁ ଫାର୍ମାସିଷ୍ଟଙ୍କ ଅସଦାଚରଣ, ଡାକ୍ତରଙ୍କୁ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ, ଫାର୍ମାସିଷ୍ଟ ଗିରଫ

31

କନକ ବ୍ୟୁରୋ : କଳାହାଣ୍ଡି ଜୁନାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଶନିବାର ସନ୍ଧ୍ୟାରେ ଜଣେ ମହିଳାଙ୍କୁ ଡାକ୍ତରଖାନାର ଜଣେ ଫାର୍ମାସିଷ୍ଟ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ଗତକାଲି ମହିଳାଙ୍କ ସମ୍ପର୍କୀୟ ଡାକ୍ତରଖାନାକୁ ଆସି ପାଟିତୁଣ୍ଡ କରିବା ଫାର୍ମାସିଷ୍ଟଙ୍କୁ ଖୋଜିଥିଲେ । କିନ୍ତୁ ସେ ଉପସ୍ଥିତ ନଥିବାରୁ କାର୍ଯ୍ୟରତ ଡାକ୍ତର ବିବେକାନନ୍ଦ ମହାନନ୍ଦଙ୍କୁ ସେମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଡାକ୍ତର ଏ ନେଇ ପୋଲିସକୁ ଅବଗତ କରାଇଥିଲେ । ଏ ନେଇ ଡାକ୍ତର ସଂଘ କଳାବ୍ୟାଚ ପିନ୍ଧି ଆନ୍ଦୋଳନ କରିଥିଲେ । ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ମାମଲା ଥାନାରେ ପଂହଚିଛି । ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ପରେ ସଂପୃକ୍ତ ଫାର୍ମାସିଷ୍ଟ ହିମାଂଶୁ ପଣ୍ଡାଙ୍କୁ ଗିରଫ କରାଯାଇଛି । ଆକ୍ରମଣର ଶୀକାର ହୋଇଥିବା ଡାକ୍ତର ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।