ଅରୁଣ-ଅନୁଭବ ଓ ମୋତିଲାଲଙ୍କ ଫଟୋକୁ ନେଇ ନୟାଗଡରେ ଝଡ

19

ନୟାଗଡ : ଡାକ୍ତର ୪୨୦ ସହ ଆଇନ ମନ୍ତ୍ରୀଙ୍କ ଫଟୋକୁ ନେଇ ଝଡ । ନୟାଗଡରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ଅର୍ଥ ଅନିୟମିତତା ମାମଲାରେ ଫ୍ୟାକ୍ଟ୍ରିଜ ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକ ମୋତିତାଲ ଗୌଡ ଗିରଫ ପରେ ତାଙ୍କର ବିଜେଡି କନେକସନକୁ ନେଇ ରାଜନୀତି ଜୋର ଧରିଛି । ବିଶେଷ କରି ଆଇନ ମନ୍ତ୍ରୀ ଅରୁଣ ସାହୁ ଓ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ସହ ଫଟୋକୁ ନେଇ ପ୍ରତିବାଦ କରିଛି କଂଗ୍ରେସ । ନୟାଗଡରେ କଂଗ୍ରେସ ପକ୍ଷରୁ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ଏକ ବିରାଟ ରାଲି କରାଯାଇଛି । ଏହା ସହ ଏକ ପ୍ରତିବାଦ ସଭା କରାଯାଇଛି । ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ । ଅରୁଣ ସାହୁଙ୍କ କୁଶପୁତଳିକା ଦାହ କରାଯାଇଛି ।