ଜିରୋନାଇଟ ସେଲିବ୍ରେସନ ପାଇଁ ହୋଟେଲ, ପବ, ବାର, ରେସ୍ତୋରାଁରେ ବ୍ୟାପକ ଆୟୋଜନ । ଆଇନଶୃଙ୍ଖଳା ରକ୍ଷା ପାଇଁ ପ୍ରସ୍ତୁତ କମିସନରେଟ ପୋଲିସ

75

କନକ ବ୍ୟୁରୋ : ରଙ୍ଗିନ ଆଲୋକରେ ଝଲସିବ ମଂଚ । ବାଜିବ ଡିଜେ, ନୃତ୍ୟ ଗୀତରେ ଝୁମିବେ ଲୋକେ । ସୁସ୍ୱାଦୁ ଖାଦ୍ୟ, ପାନୀୟ ସହ ଭରପୁର ମସ୍ତି କରିବେ । ଜିରୋନାଇଟ ସେଲିବ୍ରେସନ ପାଇଁ ପ୍ରସ୍ତୁତ ରାଜଧାନୀର ବିଭିନ୍ନ ହୋଟେଲ, ପବ୍ ଓ ରେଷ୍ଟୁରାଂଟ ।

ସେପଟେ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଛି । ରାଜଧାନୀରେ ମୁତୟନ ରହିବେ ଉଚ୍ଚ ଅଧିକାରୀଙ୍କ ସହ ୧୪ ପ୍ଲାଟୁନ ପୋଲିସ ଫୋର୍ସ । ଡ୍ର୍ିଙ୍କ ଆଣ୍ଡ ଡ୍ରାଇଭ ସହ ରୋଡ ରୋମିଓଙ୍କୁ ସାବାଡ ପାଇଁ ବିଭିନ୍ନ ଛକରେ ଚେକିଂ ଜୋରଦାର ହେବ । ଏହାଛଡା ହୋଟେଲ, ପବ, ବାର ଓ ରେଷ୍ଟୁରାଂଟ ଉପରେ ବି ପୋଲିସର ନଜର ରହିବ ।

କଟକରେ ମଧ୍ୟ ନୂଆ ବର୍ଷକୁ ସ୍ୱାଗତ ପାଇଁ ପ୍ରସ୍ତୁତ ଅଛି ହୋଟେଲ, ରେଷ୍ଟୁରାଂଟ । ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ନୂଆ ବର୍ଷ ପାଇଁ ବିଭିନ୍ନ ହୋଟେଲ ପକ୍ଷରୁ ଆକର୍ଷଣୀୟ ଅଫର ରହିଛି । ନୂଆବର୍ଷ ପାଳନ କରିବାକୁ ଟିକେଟ୍ ବୁକ କରି ଅପେକ୍ଷା କରିଛନ୍ତି ଲୋକେ ।

ପୁରୀରେ ମଧ୍ୟ ଜିରୋ ନାଇଟ ସେଲିବ୍ରେସନ ପାଇଁ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଂଟରେ ଜୋରଦାର ପ୍ରସ୍ତୁତି ହୋଇଛି । ନୃତ୍ୟ ଗୀତର ଆସର ସାଙ୍ଗକୁ ଗ୍ରାହକଙ୍କୁ ସୁସ୍ୱାଦୁ ବ୍ୟଞ୍ଜନ ପରିଷଦେବାକୁ ଆମିଷ, ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଅନ୍ୟପଟେ ଆଇନଶୃଙ୍ଖଳା ବଜାୟ ରଖିବାକୁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।