ଓଡ଼ିଶା ପୁଲିସର ନୂଆ ଡିଜିପି । ପୁଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ

236

କନକ ବ୍ୟୁରୋ : ଓଡ଼ିଶାର ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଛନ୍ତି ଅରୁଣ ଷଡଙ୍ଗୀ । ଆଜି ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ପୁଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଅରୁଣ ଷଡଙ୍ଗୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ସୁନୀଲ ବଂଶଲ । ଅରୁଣ ଷଡଙ୍ଗୀ ହେଉଛନ୍ତି ୧୯୯୦ ବ୍ୟାଚର ଆଇପିଏସ ଅଫିସର । ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ସମ୍ଭାଳିବେ । ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି ରାଜ୍ୟବାସୀଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିବ ରାଜ୍ୟ ପୁଲିସ ବିଭାଗ । ସେହିପରି ବିଦାୟୀ ଡିଜିପି ସୁନୀଲ ବଂଶଲ କହିଛନ୍ତି ମାଓ ଦମନରେ ଅନେକ କିଛି ସଫଳତା ମିଳିଥିବା ବେଳେ ସାଇବର କ୍ରାଇମ କିମ୍ବା ନାର୍କୋଟିକ୍ କ୍ରାଇମ୍ ରୋକିବା ଦିଗରେ ରାଜ୍ୟ ପୁଲିସ ଅନେକ ଗ୍ୟାଲେଂଜର ସମ୍ମୁଖୀନ ହୋଇଛି ।