ମାଆଙ୍କୁ ଭେଟି କାନ୍ଦି ପକାଇଲେ ଯୋଗୀ ଆଦିତ୍ୟନାଥ: ପାହାଡ ଚଢି, ପାଦରେ ଚାଲି ଚାଲି ଯାଇ ପହଁଚିଲେ ଘରେ

598

କନକ ବ୍ୟୁରୋ: ଦୀର୍ଘ ବର୍ଷ ପରେ ମାଆଙ୍କୁ ଭେଟି କାନ୍ଦିଲେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଉତରାଖଣ୍ଡ ପାଂଚୁର ନିଜ ଗାଁରେ ପହଁଚି ମାଆଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିଜ ଗାଁରେ ପହଁଚିବା ପାଇଁ ପାହାଡ ଚଢି ପାଦରେ ଚାଲି ଚାଲି ଯାଇ ପଂଚୁର ସ୍ଥିତ ମିଜ ଘରେ ପହଁଚିଥିଲେ ।

ଏହିସମୟରେ ମାଆଙ୍କ ପାଦ ଛୁଇଁ କାନ୍ଦି ପକାଇଥିଲେ ଯୋଗୀ । ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ମାଆଙ୍କ ପାଦକୁ ଛୁଇଁ ମୁଖ୍ୟମନ୍ତ୍ରୀ ଯୋଗୀ କାନ୍ଦି ପକାଉଥିବା ଦେଖିବାକୁ ମିଳିଛି । ନିଜ ଯୁବାବସ୍ଥାରୁ ଘରୁ ବାହାରି ସନ୍ଥ ପାଲଟିଥିବା ଯୋଗୀ ଆଦିତ୍ୟନାଥ ୨୮ ବର୍ଷ ପରେ କୌଣସି ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଯୋଗୀ ।