ନ୍ୟାସନାଲ ଆଟିଂ ଡୋପିଂ ଏଜେନ୍ସି ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଡୋପ୍ ଟେଷ୍ଟ ପାଇଁ ଏକ୍ସପାରି ଟେଷ୍ଟ କିଟ୍ ବ୍ୟବହାର ଅଭିଯୋଗ

93

କନକ ବ୍ୟୁରୋ : ନ୍ୟାସନାଲ ଆଟିଂ ଡୋପିଂ ଏଜେନ୍ସି ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଡୋପ ଟେଷ୍ଟ ପାଇଁ ଯେଉଁ କିଟର ବ୍ୟବହାର କରାଯାଉଛି ସେଗୁଠିକ ବ୍ୟବହାର ଉପଯୋଗୀ ନୁହେଁ ବୋଲି ପୁନିଆ ଅଭିଯୋଗ କରିଛନ୍ତି । ସାମଗ୍ରୀର ବ୍ୟବହାର ଅବଧି ସରିବା ସତ୍ୱେ କିଭଳି ଏହାକୁ ଟେଷ୍ଟ ପାଇଁ ଉପଯୋଗ କରାଯାଉଛି ଏନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ପୁନିଆ ନ୍ୟାଶନାଲ ଆଟଂ ଡୋପିଂ ଏଜ୍ସେନ୍ସି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ରେସଲରଙକ କ୍ୟାରିୟର ପ୍ରତିବ ବିପଦ ଓ ପରୋକ୍ଷରେ ସେ ରେସଲର ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୁଷଣଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ।