କାଳ ହେଲା ଲଗାଣ ବର୍ଷା : ଗାଁ ଦାଣ୍ଡରେ ୨ ଫୁଟ ଉଚ୍ଚର ବନ୍ୟାଜଳ, ୫୦ରୁ ୬୦ ପରିବାର ଜଳବନ୍ଦୀ

102

କନକ ବ୍ୟୁରୋ : କାଳ ହେଲା ଲଗାଣ ବର୍ଷା । ବାଲେଶ୍ୱର ବସ୍ତା ବ୍ଲକ ବସନ୍ତପୁର ଗାଁର ପାଖାପାଖି ୫୦ରୁ ୬୦ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଗାଁ ଦାଣ୍ଡରେ ୨ ଫୁଟ ଉଚ୍ଚର ବନ୍ୟା ଜଳ ଜମି ରହିଛି । ଘରେ ପାଣି ଜମି ରହିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାରେ ରହୁଛନ୍ତି ।

ପାଣି ନିଷ୍କାସନ ହେବାର ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷା ହେଲେ ଏଭଳି ସ୍ଥିତି ଦେଖାଦେଉଛି । ରାସ୍ତା ଘାଟରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିବା ଯୋଗୁଁ ଲୋକେ ଯାତାୟତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘରେ ପାଣି ପଶି ରହିଥିବାରୁ ଲୋକେ ରୋଷେଇ କରି ଖାଇପାରୁନାହାନ୍ତି । ଘରେ ଥିବା ଆସଭାବପତ୍ର ପାଣିରେ ଭାସୁଥିବାର ଚିତ୍ର ଦେଖିବାକୁ ମିଳିଛି ।